ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରୋଗୀ ମୃତ୍ୟୁ ନେଇ ହସ୍ପିଟାଲରେ ତୁମୁଳକାଣ୍ଡ । ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀ ମୁହାଁମୁହିଁ । ପରିସ୍ଥିତି ଏପରି ହୋଇଛି ଯେ, ମାମଲା ଥାନାରେ ପହଞ୍ଚିଛି । ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଏମ୍ସ ହସ୍ପିଟାଲରେ । କ୍ଷତିପୁରଣ ଦାବିରେ ଲୋକେ ଅଡି ବସିଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ପୁଲିସ ।
ରିପୋର୍ଟ ଅନୁସାରେ, ଛୋଟରାୟପୁରର ନନ୍ଦକିଶୋର ପ୍ରଧାନଙ୍କୁ ଚିକିତ୍ସା ଲାଗି ହସପିଟାଲ ଅଣାଯାଇଥିଲା । ଚିକିତ୍ସା ଚାଲୁଥିବା ବେଳେ ନନ୍ଦକିଶୋରଙ୍କ ମୃତ୍ୟୁ ହୋଇଥିଲ । ଡାକ୍ତର ଚିକିତ୍ସାରେ ଅବହେଳା କରିବା ଯୋଗୁ ଏହି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବାସ ଏହାପରେ ଦେଖାଦେଇଥିଲା ଉତେଜନା । କଥା ଧସ୍ତାଧସ୍ତିରେ ପହଞ୍ଚିଥିଲା ।
ପାଖାପାଖି ଘଁଟାଏରୁ ଅଧିକ ସମୟ ହସ୍ପିଟାଲରେ ଉତେଜନା ଲାଗି ରହିଥିଲା । ଏଭଳି ସମମୟରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କ୍ଷତି ପୁରଣ ବାବଦକୁ ୨ଲକ୍ଷ ଟଙ୍କା ଦାବି ହୋଇଛି । ପୂରା ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ଏନେଇ ଖଣ୍ଡଗିରି ଥାନାରେ ଏକ ଏତଲା ଦାୟର ହୋଇଥିବା ସୂଚନା ମିଳିଛି ।