ବାଲେଶ୍ୱର (ଏଟିଆର ବ୍ୟୁରୋ); ସମ୍ପର୍କୀୟ ସାନ ଭାଇର ଆକ୍ରମଣରେ ବଡ ଭାଇଙ୍କର ମୃତ୍ୟୁ । ପୋଲିସ ପାଖରେ ଗୁହାରି କରିଥିଲେ ମଧ୍ୟ କିଛି ନିରବ ରହିଛି ପୋଲିସ । ମୃତକଙ୍କ ପରିବାର ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ । ଶେଷର ନିଜର ନ୍ୟାୟ ପାଇଁ ଶବକୁ ଧରି ରାଜରାସ୍ତାକୁ ଓହ୍ଲାଛନ୍ତି ମୃତକଙ୍କ ପରିବାର । ଥାନା ଆଗରେ ଶବକୁ ରଖି ଆନ୍ଦୋଳନ କରିଛନ୍ତି ମୃତକଙ୍କ ପରିବାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କାଞ୍ଚପଡା ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତକଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟ ମିଶି ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।
ଗତ ୧୬ ତାରିଖରେ ମୃତ ଶରତ ନାୟକ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ବଚସା ହୋଇଥିଲେ । ତେବେ ସେମାନେ ସଂଘବନ୍ଧ ଭାବରେ ଶରତଙ୍କୁ ଆକ୍ରମଣ କରିଥିଲେ । ଏହାପରେ ପରିବାର ଲୋକ ଗୁରୁତର ଆହତ ଶରତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ଗତକାଲି ଶରତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଥାନାରେ ୧୬ ତାରିଖରୁ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ । ଏଣୁ ଆଜି ଥାନା ଆଗରେ ମୃତ ଦେହକୁ ରଖି ଆନ୍ଦୋଳନ ଆରମ୍ଭ କରାଯାଇଛି ।
ରାଜରାସ୍ତାରେ ଥାନା ଆଗରେ ବିକ୍ଷୋଭ କରିଛନ୍ତି ମୃତକଙ୍କ ପରିବାର । ଯେଉଁ କାରଣରୁ ରାସ୍ତାର ଉଭୟ ପାଶ୍ୱରେ ଅଟକି ରହିଛି ହଜାର ହଜାର ଗାଡି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚାଲୁ ରହିଥିଲା ଆନ୍ଦୋଳନ । ପୋଲିସ କିମ୍ବା ଅନ୍ୟ କୌଣସି ପ୍ରଶାସନିକ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ନାହାଁନ୍ତି ବୋଲି ଶୁଣିବାକୁ ମିଳିଛି ।