ବଲାଙ୍ଗୀର ( ଏଟିଆର ବ୍ୟୁରୋ): ଗିରଫ ହେଲେ ଟିମନ ସହ ୩ ସହଯୋଗୀ । ଜମି କିଣାବିକାରେ ବିଭିନ୍ନ ଥାନାରେ ଟିମନ ନାଁରେ ଅଭିଯୋଗ ରହିଥିଲା । ସୂଚନା ଅନୁସାରେ ଟିମନ ନାଁରେ ପୂର୍ବରୁ ଜେଲ ଯାଇଥିଲା । ଏବେ ତା ଖୋଳ ତାଡ ଆରମ୍ଭ ହେଲାରୁ ଜଣା ପଡିଛି ଟିମନର ଚେର ବହୁତ ଲମ୍ବା ରହିଛି । ଟିମନ ପୂର୍ବରୁ ଜେଲରେ ରହିଥିଲା ମାତ୍ର ଜେଲରୁ ତାକୁ ବେଲ ମିଳିବା ପରେ ସେ ପୂର୍ବଭଳି ତାର କଳା ସାମ୍ରାଜ୍ୟ ଆରମ୍ଭ କରି ଦେଇଥିଲା ।
ବଲାଙ୍ଗୀରର ପର୍ଶୁରାମ ପଟେଲ ନାମକ ଜଣେ ଜବର ଦସ୍ତି ଜମି ବିକିବା ସହିତ ତାକୁ ଅପହରଣ ମଧ୍ୟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏନେଇ ଭୁବନେଶ୍ୱର ଥାନରୁ ଏକ ପୋଲିସ ଟିମ ବଲଙ୍ଗୀର ଗସ୍ତ କରି ସେଠାରୁ ଟିମନ ସହିତ ତାର ୩ ସହଯୋଗୀଙ୍କୁ ଗିରଫ କରିଛନ୍ତି ।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଧର୍ମେନ୍ଦ୍ର ଜାଲ , ତ୍ରିନାଥ ସାଗର, ଅନିରୁଦ୍ଧ ଧଳ ବେହେରାଙ୍କୁ ପୋଲିସ ଗିରଫ କରି ଥାନାରେ ରଖିଥିଲା । ଆଜି ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ବଲାଙ୍ଗୀର ସମେତ ବିଭିନ୍ନ ସମୟରେ ଏମାନେ ଅପରାଧ ଘଟାଉ ଥିଲେ ।