କଳାହାଣ୍ଡି(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଚୋରା ଜିନିଷ ଚାଲାଣ ବଢିବାରେ ଲାଗିଛି । ତେବେ ଏହା ଭିତରେ ବନ୍ୟ ଜୀବଜନ୍ତୁଙ୍କୁ ମାରି ତାଙ୍କ ଚମଡା, ଦାନ୍ତ, ହାଡ ଇତ୍ୟାଦିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ବେଶ ଭଲ ପଇସା କମାଉଛନ୍ତି ବେପାରୀ ମାନେ । ଏହି ବେପାରୀ ମାନଙ୍କୁ ଧରିବା ପାଇଁ ପୋଲିସ ସବୁ ବେଳେ ଚେଷ୍ଟା କରିଥାଏ । ଏହି ବେପାରୀ ମାନେ ବନ୍ୟ ଜୀବଜନ୍ତୁ ମାନଙ୍କୁ ଶିକାର କରି ସେମାନଙ୍କ ଚମଡା , ଦାନ୍ତ, ହାଡ ଆଦି ବିକ୍ରି କରିବା ସହ ବାହାର ରାଜ୍ୟକୁ ଚୋରା ଚାଲାଣ କରିଥାନ୍ତି ।
ତେବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରୁ ହାତୀ ଦାନ୍ତ ଓ କଳା ପତିରିଆ ବାଘ ଚମଡା ବେପାରୀ ଏକ ରାକେଟକୁ ଧରିଛି ପୋଲିସ । ସୂଚନା ଅନୁସାରେ ଏକ ଗ୍ୟାଙ୍ଗ ଭବାନୀପାଟଣା ଅଞ୍ଚଳରେ ଏହି ଚୋରା ବ୍ୟବସାୟ କରୁ ଥିବାର ଖବର ପୋଲିସ ପାଖକୁ ବହୁ ବାର ଆସୁଥିଲା ଏହି ରାକେଟର ପର୍ଦାଫାଶ କରିବା ପାଇଁ କ୍ରାଇମ ବ୍ରାଞ୍ଚର ଏସଟିଏଫ ଟିମ ଗ୍ରାହକ ହୋଇ ସେମାନଙ୍କ ପାଖକୁ ଯାଇଥିଲା । ଏହା ପରେ ସେମାନଙ୍କ ପାଖରୁ କଳାପତରିଆ ବାଘ ଚମଡା ଓ ହାତୀ ଦାନ୍ତ ଜବତ କରି ୪ ଜଣ ବେପାରିଙ୍କୁ ଗିରଫ କରିଥିଲା । ଗିରଫ କରାଯାଇଥିବା ୪ ଜଣଙ୍କୁ ଭୁବନେଶ୍ୱରକୁ ଅଣାଯାଉଥିବାର ସୂଚନା ରହିଛି ।