ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭିଜଲାନ୍ସ ମାମଲା ଚାଲିଥିବା ଦୁଇ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାର ଆର୍ଟିଓ ବସନ୍ତ ବେହେରା ଓ ଅବକାରୀ ବିଭାଗର ପୂର୍ବତନ ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗଙ୍କ ନାମରେ ଅଛି ଦୁଇ ଦୁଇଟି ଭିଜଲାନ୍ସ ମାମଲା ।
ଉଭୟଙ୍କ ନାମରେ ଭିଜଲାନ୍ସ ମାମଲା ଥିବାରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।୨୦୧୮ମସିହାରେ ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗ ହୋଇଥିଲା ବସନ୍ତଙ୍କ ନାମରେ, ଅନ୍ୟପଟେ ୨୦୧୨ରେ ଦିଲ୍ଲୀପଙ୍କ ନାମରେ ପ୍ରାୟ ୧କୋଟିଏ ରୁ ଉର୍ଦ୍ଧ ସମ୍ପତି ରହିଥିବାର ଅଭିଯୋଗ ଆସିଥିଲା ।ସେ ସମୟରେ ଦିଲ୍ଲୀପଙ୍କୁ ସସ୍ପେଣ୍ଡ କରିଦିଆଯାଇଥିଲା ଏବଂ ତାଙ୍କୁ ଏଥିପାଇଁ ଜେଲ ମଧ୍ୟ ଯିବାକୁ ପଡିଥିଲା । ବର୍ତ୍ତମାନ ଉଭୟଙ୍କୁ ନିଜ ନିଜ କାର୍ଯ୍ୟରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନିଜ ପଦର ଅପବ୍ୟବହାର କରିଥିବାରୁ ଏବଂ ଜନସ୍ୱାର୍ଥ ଦୃଷ୍ଟିରୁ ଏହିଭଳି ପଦକ୍ଷପ ନିଆଯାଇଛି ।