କେନ୍ଦୁଝର(ଏଟିଆର ବ୍ୟୁରେ): ପୁଣି ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଶିକ୍ଷକ । ଗୁରୁଙ୍କ ନାରେ ଲାଗିଛ କଳଙ୍କ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମାନପୁର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତ ଜଣେ ତୃତୀୟ ଶ୍ରେଣୀ ନାବାଳିକାକୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ବରୁ ମଧ୍ୟ ଏହି ଭଳି ଲଜ୍ଜାଜନକ କାମ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ରିପୋର୍ଟ ଅନୁସାରେ ନାବାଳିକାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କଲା ପରେ ପଡୀତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ମାନେ ଆଜି ଅପରାହ୍ନ ୩ଟା ସମୟରୁ ସ୍କୁଲର ମୁଖ୍ୟ ଦ୍ୱାରକୁ ତାଳା ପକାଇବା ସହ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଭିତରେ ଅଟକ ରଖିଥିଲେ । ପୋଲିସ ବିଳମ୍ବରେ ଆସିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା । ଘଟଣାର ସତ୍ୟତା ଜଣିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିବା ସହ ଘଟଣାଟିର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ବିଦ୍ୟାଳୟ ପରିସରରେ ବାରମ୍ବାର ଏହି ଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛୁ । ବିଦ୍ୟାଳୟ ପରିସରରେ ଏଭଳି ଘଟଣାକୁ ରୋକିବା ଲାଗି ରାଜ୍ୟ ସରକାର କଣ ପଦେକ୍ଷପ ଗ୍ରହଣ କରିବେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଳଟିଛି ।