କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ ହୋଇଛନ୍ତି । ପ୍ରମୋଦଙ୍କ ବିରୋଧରେ ତାଙ୍କ ସହକର୍ମୀ ଯୌନ ଶୋଷଣ ମାମଲା ଆଣିଥିଲେ । ଗତକାଲି ରାତି୧୧ଟାରେ ପ୍ରେମୋଦଙ୍କୁ ବାଢିଆମାଳସ୍ଥିତ ତାଙ୍କ ବାସଭବନରୁ ପୋଲିସ ଉଠାଇ ନେଇ ତାଙ୍କୁ ଅଟକ ରଖିଥିଲା । ତେବେ ଆଜି ସକାଳେ ପୋଲିସ ପ୍ରମୋଦଙ୍କୁ ଏସଡିଜେଏମ କୋର୍ଟରେ ହାଜର କରିଥିଲା । ଏସଡିଜେଏମ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ବାରିମୂଳ ଜେଲକୁ ପଠାଯାଇଛି ।
ପ୍ରମୋଦଙ୍କ ନାଁରେ ତାଙ୍କ ସହକର୍ମୀ ଗତ ଏପ୍ରିଲ ୨୭ ତାରିଖ ଦିନ ଯୌନ ଶୋଷଣ ଅଭିଯୋଗରେ ମାମଲା ରୁଜୁ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁସାରେ କର୍ମକ୍ଷେତ୍ରରେ ଅସଦାଚରଣ ଓ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ପ୍ରମୋଦ । ପ୍ରମୋଦ ତାଙ୍କ ଫାର୍ମ ହାଉସରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିବାର ମଧ୍ୟ ପୀଡିତା ଅଭିଯୋଗ କରିଛନ୍ତି । ଏହା ସହ ପ୍ରମୋଦ ମନ୍ଦ ଉଦ୍ଦ୍ୟେଶ ରଖି ପିଡୀତାଙ୍କୁ ଫୋନ କରିଥିବା କଲ ରେକଡ ଓ ମେସେଜ କେନ୍ଦ୍ରପଡା ପୋଲିସ ଓ ଗଣମାଧ୍ୟମକୁ ପ୍ରମାଣ ଦେଇଛନ୍ତି । ବହୁ ଦିନର ତଦନ୍ତ ପରେ କେନ୍ଦ୍ରାପଡା ପୋଲିସ ପ୍ରମୋଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।