ଭୁୁବନେଶ୍ୱର,୨୧ା୨/(ବ୍ୟୁରୋ): ଆକ୍ରମଣ କରି ୫ଲକ୍ଷ ଟଙ୍କା ଲୁଟ । ଏମିତି ଘଟଣା ଘଟିଛି ବାଲେଶ୍ୱରର ଭୋଗରାଇ ଅଂଚଳରେ । ଘରକୁ ଫେରୁଥିବା ବେଳେ କେତେକ ଦୁର୍ବୃତ ଅଚାନକ ଖାଲଗଡିଆ ରାସ୍ତାରେ ଏହି ଲୁଟପାଟ କରିଛନ୍ତି ।
ରିପୋର୍ଟ ଅନୁସାରେ ଲୁଟର ଶିକାର ହୋଇଛନ୍ତି ଜଣେ େଔଷଧ ବ୍ୟବସାୟୀ । ମଙ୍ଗଳବାର ବିଳମ୍ବିତ ରାତିରେ ସେ ବାଇକ ନେଇ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କୁ ଦୁର୍ବୃତମାନେ ଫଲୋ କରିଥିଲେ । ମୌକା ପାଇ ଖାଲଗଡିଆ ପାଖରେ ଅଟକାଇଥିଲେ । ଏହାପରେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ନଗଦ ୫ଲକ୍ଷ ଟଙ୍କା ଧରି ଛୁ.. ମାରିଥିବା ଜଣାପଡିଛି ।
କେବଳ ଏତିକି ନୁହେଁ ବାଇକ ସମେତ ସୁନାଚେନ ଓ ମୋବାଇଲ ନେଇଯାଇଥିବା ଜଣାପଡିଛି । ରକ୍ତାକ୍ତ ଅବସ୍ଥାରେ େଔଷଧ ବ୍ୟବସାୟୀଙ୍କୁ ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି ହସପିଟାଲ ପଠାଇଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।