ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜଧାନୀରେ ମାତିଛନ୍ତି କାର କାଚ ଭଙ୍ଗା ଗ୍ୟାଙ୍ଗ୍ । ଟିକେ ଫାଇଦା ଫାଇଲେ ଲୁଟି ନେଉଛନ୍ତି ସବୁ କିଛି । ଏଭଳି ଏକ ଘଟଣା ନଜରକୁ ଆସିଛି ସହିଦନଗର ଥାନା ଅଞ୍ଚଳରେ । ଏକ କାର କାଚ ଭାଙ୍ଗି ବ୍ୟାଗ୍ ଲୁଟି ନେଇଛନ୍ତି ଦୁର୍ବଅତ୍ତ । ଅଲ ଦ୍ୟାଟ ଜଜ ସୋରୁମ ପାଖରେ ଘଟିଥିବା ଏହି ଘଟଣାର ଶିକାର ହୋଇଛନ୍ତି ପ୍ରଭାତ ଜେନା ।
ଏନେଇ ପ୍ରଭାତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ପୁଲିସର ହସ୍ତଗତ ହୋଇଛି । ସିସିଟିଭିରେ ୨ଜଣ ଲୁଟେରାଙ୍କ ପ୍ରତିଟି କାରନାମା ରେଡର୍କ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ପୁଲିସ ସୂଚନା ଦେଇଛି । ମିଳିଥିବା ରିପୋର୍ଟ ଅନୁସାରେ, ଗୁରୁବାର ସନ୍ଧ୍ୟାରେ ପ୍ରଭାତ ନିଜ ପରିବାର ସହ ସହିଦନଗର ଥାନା ଅନ୍ତର୍ଗତ ଅଲ ଦ୍ୟାଟ ଜଜ ସୋରୁମ ପାଖକୁ ଯାଇଥିଲେ । ଗାଡିଟିକୁ ପାର୍କିଂ କରି ଯାଇଥିବା ବେଳେ ଏହାକୁ ଟାର୍ଗେଟ କରିଥିଲେ ୨ଜଣ ଲୁଟେରା ।
ଅତି ଆରାମରେ ଗାଡି କାଚ ଭାଙ୍ଗି ଭିତରେ ଥିବା ବ୍ୟାଗ୍ ନେଇଯାଇଥିବା ପ୍ରଭାତ ଥାନାରେ ଅଭିଯୋଗ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଜନଗହଳୀପୂର୍ଣ୍ଣ ଏହି ସ୍ଥାନରେ ଗାଡି କାଚ ଭାଙ୍ଗି ଲୁଟ ହୋଇଥିଲେ ମଧ୍ୟ କେହି ଏହାର ଟେର ପାଇନଥିଲେ । ଅନୁମାନ କରାଯାଉଛି କୌଣସି ସ୍ପ୍ରେ କରି ନୂଆ ଢ଼ଙ୍ଗରେ ଗାଡି କାଚ ଭାଙ୍ଗୁଛନ୍ତି ଲୁଟେରା । ସେନେଇ ଅଧିକ ଖୋଳତାଡ ଚଳାଇଛି ପୁଲିିିସ ।