ରାୟଗଡ଼ା,(ଏଟିଆର ବ୍ୟୁରୋ): ଭରା ପବ୍ଲିକରେ ଲୁଟ । ବ୍ୟବସାୟୀଙ୍କୁ ଭୟଭିତ କରି ଦୁର୍ବୃତ୍ତ ଲୁଟିନେଲେ ୯ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ରାୟଗଡ଼ାରେ । ଦୁଇଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଏହି ଲୁଟ କରିଥିବା ଜଣାପଡିଛି । ପୁଲିସ ଅଭିଯୋଗକୁ ଭିତ୍ତି କରି ସିସିଟିଭି ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ରାୟଗଡ଼ା ଅଞ୍ଚଳର ଜଣେ ବ୍ୟବସାୟୀ ଟଙ୍କା ଉଠାଇବାକୁ ନ୍ୟୁ କଲୋନୀ ଆନ୍ଧ୍ର ବ୍ୟାଙ୍କକୁ ଯାଇଥିଲେ । ତେବେ ଆନ୍ଧ୍ରବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଅଚାନକ ୨ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ପହଞ୍ଚି ତାଙ୍କୁ ଅଟକାଇଥିଲେ । ଏହାପରେ ଭୟଭିତ କରାଇ ଟଙ୍କା ଭର୍ତ୍ତି ବ୍ୟାଗନେଇ ଚମ୍ପଟ ମାରିଥିବା ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଏଯାବତ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।