ବାରିପଦା (ଏଟିଆର ବ୍ୟୁରୋ): ଦୁଷ୍କର୍ମକୁ ରୋକିବା ପାଇଁ ସରକାର କଠୋରରୁ କଠୋର ଦଣ୍ଡ ବିଧାନ ଆଣୁଛନ୍ତି । ନିକଟରେ ଦୁଷ୍କର୍ମ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଯିବା ପାଇଁ ଘୋଷଣା କରାଯାଇଛି । ତେବେ ଗତ କାଲି ଜଣେ ନବାଳିକା ଖେଳୁ ଥିବା ସମୟରେ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବାରିପଦା ତକତପୁର ଅଞ୍ଚଳରେ ଘର ଅଗଣାରରେ ଖେଳୁ ଥିବା ସମୟରେ ପ୍ରକାଶ ଗିରି ନାମକ ଜଣେ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିଲେ ।
ଦୁଷ୍କର୍ମ କଥା ଗାଁ ଲୋକ ଜାଣିପାରି ଲୋକ ମାନେ ପ୍ରକାଶଙ୍କୁ ଧରି ନୁସ୍ତୁକ ମାଡ ମାରି ଥିଲେ । ଏହା ପରେ ପୋଲିସ ଜିମାରେ ଦେଇଥିଲେ । ତେବେ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପ୍ରକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ପ୍ରକାଶଙ୍କୁ ପକ୍ସୋ ଆଇନ ଅନୁସାରେ ଗିରଫ କରିଛି ।