ବାଲେଶ୍ୱର (ଏଟିଆର ବ୍ୟୁରୋ); ପାରିବାରିକ କଳହର କରୁଣ ପରିଣତି । ଅତି ନୃଶସ ଭାବରେ ସ୍ତ୍ରୀକୁ ମାରିଲା ସ୍ୱାମୀ । ସମ୍ପର୍କ ଦେଖିଲାନି ସ୍ୱାମୀ । ସ୍ତ୍ରୀର ବେକକୁ ଛୁରୀରେ କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ପୈାରପାଳିକା ଅନ୍ତର୍ଗତ ପାରମହଲା ସାହିରେ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଗୁରତ୍ର ଆହତ ହୋଇଥିବା ଯୁବକଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ମୃତ ମହିଳା ହେଲେ ବେବି ଖାତୁନ । ଗୁରୁତର ଆହତ ହୋଇଥିବା ତାଙ୍କ ସ୍ୱାମୀ ହେଲେ ଶେଖ ମଣ୍ଟୁ ।
ମିଳିଥିବା ସୂଚନା ଅନୁଯାୟୀ ମଣ୍ଟୁ ଏବଂ ବେବି ୮ମାସ ପୂବେ ବିବାହ କରିଥିଲେ । ବିବାହ ପରେ ଉଭୟ ଖୁସିରେ ରହୁଥିଲେ । କିନ୍ତୁ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିବା ପଡୋଶୀମାନେ କହିଛନ୍ତି । ତେବେ ଆଜି ଉଭୟଙ୍କ ମଧ୍ୟରେ ସକାଳୁ ବଚସା ହୋଇଥିଲା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ମଣ୍ଟୁଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେ ଛୁରୀରେ ବେବିଙ୍କ ବେକକୁ ନୃଂଶସ ଭାବରେ କାଟି ପକାଇଥିଲେ । ଘଟଣାସ୍ଥଳରେ ହିଁ ବେବିଙ୍କ ମୃତ୍ୟୁ ହୋଇଥିଲା ।
ସ୍ତ୍ରୀଙ୍କୁ ମାରିବା ପରେ ମନ ବୁଝିନଥିଲା ଯେ ନିଜ ବେକକୁ କାଟିବା ପାଇଁ ଉଦ୍ୟମ କରିଥିଲେ ମଣ୍ଟୁ । ପଡୋଶୀମାନେ ଦେଖିବା ପରେ ସେମାନେ ତାଭ୍କୁ ଉଦ୍ଧାର କରିଥିଲେ । ଏବଂ ପୋଲିସକୁ କବର ଦେଇଥିଲେ । ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ମଣ୍ଟୁଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାର ତଦନ୍ତ ଜାରି କରିଛି ପୋଲିସ ।