ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିଚ ରାସ୍ତାରେ ଯୁବ ବିଜେଡି ସଭାପତିଙ୍କୁ ହତ୍ୟା । ବୋମା ମାଡ଼ ସାଙ୍ଗକୁ ଅର୍ତକିତ ଗୁଳମାଡରେ ଥରି ଉଠିଲା ପୂୂରା ଅଁଚଳ । ଏଭଳି ଏକ ଘଟଣା ଘଟିଛି ଢ଼େଙ୍କାନାଳରେ । ଯାହାକୁ ନେଇ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇବା ସହ ଚାପା ଉତେଜନା ଲାଗି ରହିଛି । ହତ୍ୟାକାରୀଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଏକାଧିକ ରାସ୍ତାକୁ ସିଲ କରାଯାଇଥିବା ଜଣାପଡିଛି ।
ହତ୍ୟାର ଶିକାର ହୋଇଛନ୍ତି ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା । ପୂର୍ବ ବ୍ୟବସାୟିକ ଓ ରାଜନୈତିକ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି । ସକାଳ ୯ଟାରେ ଯଶୋବନ୍ତ ଘରୁ ବାହାରି ବଜାରକୁ ଯାଇଥିଲେ । ତେବେ ଏକ ବୋଲେରୋ ତାଙ୍କ ପିଛା କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଗାନ୍ଧି ମନ୍ଦିର ପୂର୍ବରୁ ବୋଲେରୋରୁ ୪ଜଣ ଅଚାନକ ଓହ୍ଲାଇ ଯଶୋବନ୍ତଙ୍କ ଉପରକୁ ଅର୍ତିକତ ଗୁଳିମାଡ କରିଥିଲେ । ଜୀବନ ବିକଳେ ଯଶୋବନ୍ତ ଗାଡି ଛାଡି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତମାନେ ତାଙ୍କୁ ଗୋଡାଇ ଗୋଡାଇ ଗୁଳିମାଡ଼ କରିଥିଲେ । ପାଖାପାଖି ୮/୧୦ ରାଉଣ୍ଡ ଗୁଳି ମାଡ଼ରେ ପୂରା ଏରିଆ ଥରହର ହୋଇଥିଲା । ଏତିକି ନୁହେଁ ହତ୍ୟାକରୀମାନେ ଲୋକଙ୍କୁ ଭୟଭିତ କରିବା ଓ ଫେରାର ହେବାକୁ ଯାଇ ତୁହାକୁ ତୁହା ବୋମାମାଡ ମଧ୍ୟ କରିଥିବା ସୂଚନା ମିଳିଛି ।
ରକ୍ତାକ୍ତ ଅବସ୍ଥାରେ ଯଶୋବନ୍ତଙ୍କୁ ଚିକିତ୍ସା ଲାଗି ହସପିଟାଲ ନିଆଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୪ରେ ମଧ୍ୟ ଯଶୋବନ୍ତଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ସେଥିରୁ ସେ ଅଳ୍ପକେ ବର୍ତିଯାଇଥିଲେ । ରାଜନୀତି ସହ ଯଶୋବନ୍ତ ଜଣେ ସଫଳ ବ୍ୟବସାୟୀ ମଧ୍ୟ ଥିଲେ । ତେଣୁ ଉଭୟ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାକୁ ନେଇ ଉତେଜନା ଲାଗି ରହିଛି । ଦୁର୍ବୃତମାନେ ଯେଭଳି ଖସି ନଯାଆନ୍ତି ସେଥିପାଇଁ ପୂରା ଏରିଆକୁ ସିଲ କରି ପୁଲିସ ତନାଘନା ଚଳାଇଛି ।