ଯାଜପୁର(ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଶିଶୁ କନ୍ୟାକୁ ଡଷ୍ଟବିନରୁ ଉଦ୍ଧାର କରାଯାଇଛି । ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଧୁପାଟଣା ମେଡିକାଲରେ । ଆଜି ସକାଳେ ମେଡିକାଲ ପରିସରରେ ଥିବା ଡଷ୍ଟବିନରୁ ଶିଶୁ କନ୍ୟାର କାନ୍ଦ ମେଡିକାଲ ଆସିଥିବା ଲୋକ ମାନଙ୍କ କାନରେ ପଡିଥିଲା । ଏହା ପରେ ଲୋକ ମାନେ ଶିଶୁଟିକୁ ଉଦ୍ଧାର କରି କଟକ ଶିଶୁ ଭବନକୁ ପଠାଯାଛନ୍ତି । ସୂଚନା ଅନୁସାରେ ଶିଶୁଟିର ମା ପ୍ରସବ କଲା ପରେ ଶିଶୁକନ୍ୟାକୁ ଡଷ୍ଟବିନରେ ଫେ।ପାଡି ମରଣ ସହିତ ସଂଗ୍ରାମ କରିବା ପାଇଁ ଛାଡି ଚାଲିଯାଇଥିଲା ।
ତେବେ ବାରମ୍ବାର ବିଭିନ୍ନ ମେଡିକାଲ ପରିସରରେ ପ୍ରସବ କଲା ପରେ ଶିଶୁ କନ୍ୟା ମାନଙ୍କୁ ଡଷ୍ଟବିନ କିମ୍ବା ନାଳରେ ଫେପାଡି ଦେଉ ଥିବାର ଦେଖିବାକୁ ମିଳିଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଶିଶୁ କନ୍ୟା ଅଲୋଡା ହେଉଥିବା ବେଲେ ଏହା ପ୍ରତି ପ୍ରଶାସନ କୌଣସି ପଦକ୍ଷପ କଣ ପାଇଁ ଗ୍ରହଣ କରୁ ନାହିଁ ।