ବୌଦ୍ଧ(ଏଟିଆର ବୁରୋ): କେବେ ଲାଞ୍ଚ ତ ଆଉ କେବେ ସମ୍ପତି ଠୁଳ ଅଭିଯୋଗରେ ବଡ ବଡ ସରକାରୀ ବାବୁ ମାନେ ଭିଜିଲାନ୍ସ ଜାଲରେ ପଡିଥାନ୍ତି । ସେହି ପରି ଆଜି ସକାଳେ ଭିଜିଲାନ୍ସ ବୌଦ୍ଧ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢାଉ କରିଛି । ଭିଜିଲାନ୍ସର ୪ଟି ଟିମ ଏକକାଳୀନ ଜଗବନ୍ଧୁଙ୍କ ରଇଠାଣିସ୍ଥିତ ବାସଭବନ, ଟାଟା ମୋଟରକୁ ଭଡ଼ା ଦେଇଥିବା ଏକ ବଡ଼ ଅଟ୍ଟାଳିକା ରେ ଚଡାଉ କରିଛି । ଚଢାଉ କରୁଥିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।
ଏହା ସହ ଜଗବନ୍ଧୁଙ୍କ ସର୍ମ୍ପକୀୟ ମାନଙ୍କ ଘରେ ମଧ୍ୟ ଚଢାଉ କରାଯାଉ ଥିବାର ସୂଚନା ମିଳିଛି । ଜଗବନ୍ଧୁ ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ବିଭାଗର ଫରେଷ୍ଟର ଥିବାର ଜଣାପଡିଛି । ଆୟ ବର୍ହିଭୂର୍ତ୍ତ ଓ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଏହି ଚଢାଉ କରାଯାଇଛି । ବୌଦ୍ଧ ଓ ଫୁଳବାଣୀ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ଚଢାଉ ଜାରି ରହିଥିବାରୁ ଜଗବନ୍ଧୁଙ୍କ ସମ୍ପତିର ଆକଳନ କରାଯାଇ ପାରି ନାହିଁ ।