ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଢ଼େରଦିନ ହେବ ପୁଲିସକୁ ଚକମା ଦେଇ ଚୋରା ମମଦ କାରବାର କରୁଥିବା ୨ଜଣଙ୍କୁ କବଜା କରିଛି କ୍ୟୁଏଟି । ସେମାନଙ୍କ ପାଖରୁ ୩୮ ପ୍ୟାକେଟ ଆସ୍କା-୪୦ ଜବତ କରିଛି । ଜଟଣୀରେ ଥିବା ତାରାବୋଇ ଏରିଆରେ ଏହି ଚୋରା ମଦ ବେପାର ଚାଲୁଥିବା ନେଇ ଅଭିଯୋଗ ହେଉଥିଲା ।
ଏହି ସୂଚନା ମିଳିବା ପରେ କ୍ୟୁଏଟି ମୁଖ୍ୟ ଦିପକ ଲେଙ୍କା ଅଚାନକ ଟିମ ସହ ଚଢ଼ାଉ କରିଥିଲେ । ଉପରକୁ ଝାଟିମାଟି ଦେଖାଯାଉଥିବା ଘର ହିଁ ଥିଲା ଚୋରା ମଦ କାରବାରର ପେଣ୍ଠସ୍ଥଳୀ । ଯାହାର ପର୍ଦ୍ଦାଫାସ କରିଛି କ୍ୟୁଏଟି । ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପ୍ରମୋଦ ରାଉତ ରାୟ ଓ ପ୍ରଫୁଲ ମଲିକ ।