ଭୁବନେଶ୍ୱର (ଏଟିଆ ବ୍ୟୁରୋ):ଗତ କିଛି ଦିନ ତଳେ କଟକ ରେ ନକଲି ତେଲ କାରଖାନା ଉପରେ ଚଢାଉ କରାଯାଇଥିଲା । ଏବେ ଭୁବନେଶ୍ୱରରେ ନକଲି ତେଲ କରକଖାନା ଠାବ କରାଯାଇଛି । ଲକ୍ଷ୍ମୀ ସାଗର ଷ୍ଟେଜ ୧ ଶନି ମନ୍ଦିର ପଛପଟେ ଏହି କରଖାନା ଚାଲିଥିଲା । ଏକ ଆଜବେଷ୍ଟ ଘରେ ନକଲି ଖାଇବା ତେଲ, ଘିଅ ପ୍ରସ୍ତୁତ କରାଯାଇ ଅସଲି ବ୍ରାଣ୍ଡର ଖୋଳରେ ପୂରାଇ ବଜାରକୁ ଛଡା ଯାଉଥିଲା । ବାଲାଜୀ ନାମକ ବ୍ରାଣ୍ଡକୁ ଏମାନେ ବ୍ୟବହାର କରୁଥିଲେ । ଘିଅ, ଖାଇବା ତେଲ, ରାଶି ତେଲକୁ ମିଶାଇ ଏହି ତେଲ ପ୍ରସ୍ତୁତ କରାଯାଉଥିଲା ।
ତେବେ ନକଲି ତେଲ କରଖାନା ଚାଲିଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚି ଥିଲା । ଆଜି ପୋଲିସ ସେଠାରେ ଚଢାଉ କରି ପାଖାପାଖି ଦୁଇ ହଜାର ଲିଟର ବିସାକ୍ତ ତେଲ, ଘିଅ, ନକଲି ପ୍ୟାକେଟ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି । ତେଲ କାରଖାନାର ମାଲିକ ଫେରାର ହୋଇଥିବା ବେଳେ ଅନ୍ୟ କେଉଁ ଜାଗାରେ ଏଭଳି କରଖାନା ଅଛିକି ନାହିଁ ସେ ବିଷୟରେ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏତେ କଡା ସୁରକ୍ଷା ଭିତରେ କିଭଳି ଭାବେ କଟକ ଭୁବନେଶ୍ୱରରେ ନକଲି ତେଲ କରଖାନା ଚାଲୁଛି ତାହାକୁ ନେଇ ବର୍ତ୍ତମାନ ଚାଡିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।