ବାରିପଦା,(ଏଟିଆରବ୍ୟୁରୋ): ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା କରିବା ଘଟଣାର ବିଚାର କରି ବାରିପଦା ଏଡିଜେ କୋର୍ଟ ଆଜି ଅଭିଯୁକକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତର ନାଁ ଜାମିନୀକାନ୍ତ ମହନ୍ତ । ଘଟଣା ହେଉଛି ୨୦୧୮ ମସିହାର । ଅଭିଯୋଗ ହୋଇଛି ସାଇକେଲ ଶିଖାଇବା ବାହାନାରେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଛି । ଏହି ଘଟଣାରେ ମୋଟ୍ ୨୭ଜଣଙ୍କ ସାକ୍ଷ ଗ୍ରହଣ କରିଥିଲେ କୋର୍ଟ । ଉଚିତ୍ ପ୍ରମାଣ ମିଳିବା ପରେ ଏବେ ଫାଶିଦଣ୍ଡାଦେଶ ଦିଆଯାଇଛି ।
ରିପୋର୍ଟ ଅନୁସାରେ, ରଜ ସମୟ । ପୂରା ଗାଁ ଥିଲା ଉତ୍ସବମୁଖର । ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି । କୁନି ଝିଅଟି ମଧ୍ୟ ସଜବାଜ ହୋଇ ଗାଁରେ ବୁଲୁଥିଲା । ଠିକ୍ ଏହି ସମୟରେ ଜାମିନୀକାନ୍ତ ସାଇକେଲ ଧରି ବୁଲୁଥିବା ବେଳେ ଝିଅଟି ଉପରେ ତା’ର ନଜର ପଡିଥିଲା । ଫୁସଲେଇ ଫାସେଲେଇ ଝିଅଟିକୁ ସାଇକେଲ ଶିଖାଇବା କହି ସାଙ୍ଗରେ ନେଇ ଜଙ୍ଗଲକୁ ପଳାଇଥିଲା । ସେଠାରେ ଅମାନୁଷିକ ଭାବେ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା । ସେପଟେ ସନ୍ଧ୍ୟା ଯାଏଁ ଝିଅଟି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ଝିଅଟିକୁ ଜାମିନୀକାନ୍ତ ସାଙ୍ଗରେ ନେଇ ଯାଇଥିବା ଗାଁର କିଛି ଲୋକ ଦେଖିଥିଲେ । ହେଲେ ପ୍ରଥମେ ଜାମିନୀକାନ୍ତ ଘଟଣା ସମ୍ପର୍କରେ ପୂରାପୂରି ଫାଙ୍କିଥିଲେ । ଲୋକେ ନିସ୍ତୁକ ପିଟିବା ପରେ ପୁଲିସର ଜିମା ଦେଇଥିଲେ । ପୁଲିସ ଗିରଫ କରି ଜାମିନୀକାନ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ।