ଝାରସୁଗୁଡା(ଏଟିଆର ବ୍ୟୁରୋ): ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ବେଳେ ଝାରସୁଗୁଡା ପୋଲିସ ଚଢାଉ କରି ୬ ଜଣ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ୬ ଜଣ ଡକାୟତ ଝାରସୁଗୁଡା ପୁଷ୍ପା ହୋଟେଲରେ ଡକାୟତି ଯୋଜନା କରୁଥିବା ବେଳେ ଝାରସୁଗୁଡା ଏସପି ଅଶ୍ୱିନୀ କୁମାର ମାହାନ୍ତିଙ୍କ ପାଖକୁ ସୂଚନା ମିଳିଥିଲା । ଏହା ପରେ ବ୍ରଜରାଜ ନଗରର ଏସଡିପିଓ ଏନସି ଦଣ୍ଡସେନାଙ୍କ ନେତୃତ୍ୱରେ ପୋଲିସ ହୋଟେଲରେ ଚଢାଉ କରିଥିଲା । ତାଙ୍କ ଟିମରେ ଓରିଏଣ୍ଟ ଥାନାର ଆଇଆଇସି ଏନସି ପାରିଗ୍ରାହି, ବନହରପାଳି ଆଇଆଇସି ପିକେ ମିଶ୍ର, ବେଲପାହାଡ ଆଇଆଇସି ରଶ୍ମିତା ବେହେରା ଆଦି ସାମିଲ ଥିଲେ ।
ରାତି ଅଧରେ ପୋଲିସ ହୋଟେଲରେ ଚଢାଉ କରି ଏକ ରୁମରୁ ଛପରା ଜିଲ୍ଲା ରିଭିଲଗଞ୍ଜ ଥାନା ଅନ୍ତର୍ଗତ ସାମସୁଦ୍ଦୀନପୁର ଗ୍ରାମର ଶଙ୍କର ରାୟ, ଜିଗନ ତିୱାରୀ ଗ୍ରାମର ଚିତ୍ତରଞ୍ଜ ମିଶ୍ର, ତେକନିବସ ଅଞ୍ଚଳର ଅମନ କୁମାର, ଜଲାଲପୁର ଥାନା ଅନ୍ତର୍ଗତ ଭଟ୍ଟ କେଶରୀ ଗ୍ରାମର ଧୀରେନ କୁମାର ପାଣ୍ଡେ, ମୁଜାଫରପୁର ଜିଲ୍ଲାର ସିରିୟା ଥାନା ଅନ୍ତର୍ଗତ ଅଯୋଧ୍ଧା ଗ୍ରାମର ରେସନ କୁମାରଙ୍କୁ ଗିରଫ କରିଛ ପୋଲିସି । ଅଭିଯୁକ୍ତ ମାନେ ବିହାରର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ସେମାନଙ୍କ ଠାରୁ ୭୪ ହଜାର ୫୦୦ ଟଙ୍କା, ୬୦ଟି ଏଟିଏମ କାର୍ଡ, ୬ଟି ମୋବାଇଲ ଫୋନ, ଗୋଟିଏ ଧଳା ସ୍କର୍ପିଓ ଗାଡି, ୨ଟି ସ୍କେମର ମେସିନ, ଗୋଟିଏ ଲାପଟପ ଜବତ କରିଛି । ଅଭିଯୁକ୍ତ ମାନେ ୟୁକୋ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବାର ସ୍ୱୀକାର କରିଛନ୍ତି ।