ଭୁବନେଶ୍ୱର(ଏଟିଆର ବ୍ୟୁରୋ): କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢିବାର ଲାଗିଛି । ଦିନ ଦିହିପରେ ଲୁଟୁ, ହତ୍ୟା ଓ ନିଶା କରାବାର କରାଯାଉଛି । ଏହି ସବୁ ଗୁଡିକୁ ରୋକିବାକୁ ଏକ ସ୍ପେଶାଲ କ୍ରାଇମ ୟୁନିଟ ତିଆରି କରାଯିବା ପାଇଁ ଆଜି କମିଶନରେଟ ପୋଲିସ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି । ପୋଲିସ କମିଶନରେଟ ସୁଧାଂଶୁ ଷଡଙ୍ଗୀଙ୍କ ପ୍ରସ୍ତାବ ଅନୁସାରେ ସ୍ପେଶାଲ କ୍ରଇମ ୟୁନିଟରେ ୩୦ଜଣ ପୋଲିସ କର୍ମଚାରୀ ରହିବେ । ଏହା ସହ ଏହାର ଦାୟିତ୍ୱରେ ରହିବେ ଜଣେ ଡିଆଇଜି ପ୍ୟାହା ଅଧିକାରୀ ।
ଯୁଗ୍ମ ପୋଲିସ କମିଶନ କ୍ରାଇମ ଭାବେ ଦାୟିତ୍ୱରେ ରହିବେ ଡିଆଇଜି । ସବୁ ଅପରାଧ ଗୁଡିକୁ ପୋଲିସ ଷ୍ଟେସନରେ ସମାଧାନ କରିବା ସମ୍ଭବ ନୁହେଁ ବୋଲି ପୋଲିସ କମିଶନର କହିଛନ୍ତି । ଏହି ଭଲି ଏକ ୟୁନିଟ ତିଆରି କରାଗଲେ ୟୁନିଟର କର୍ମଚାରୀ ମାନେ ଅପରାଧୀଙ୍କୁ ଧରିବା ସହ ନିଶା କରବାର ଓ ଲୁଟେରା ମାନଙ୍କୁ ରୋକି ପାରିବାରେ ସକ୍ଷମ ହେବେ ବୋଲି ଆଶା କରିଛନ୍ତି କମିସନରେଟ ପୋଲିସ ।