ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭିତରେ ହଙ୍ଗାମା । ଏମିତି ସେମିତି ନୁହେଁ ଜୋରଦାର । କମେଣ୍ଟମରାକୁ କେନ୍ଦ୍ରକରି ପୂରା ହୁଲୁସ୍ତୁଲ ହୋଇଛି ଅନୁଷ୍ଠାନ । ଯେଉଁଠି ଶିକ୍ଷକଙ୍କୁ କମେଣ୍ଟ ମାରିବାକୁ ପଛାଇ ନାହାନ୍ତି ଛାତ୍ର । ଖାଲି ଏତିକି ନୁହେଁ ଆକ୍ରମଣ କରିଥିବା ମଧ୍ୟ ସୂଚନା ମିଳିଛି । ଯାହାର ଟିକିନିଖି ସୂଚନା ପାଇବା ଲାଗି ଜଣେ ସାମ୍ବାଦିକ ଯାଇଥିଲେ । ଠିକ ସେହି ସମୟରେ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନାହାନ୍ତିି ଛାତ୍ରମାନେ । ତେବେ ଏପରିସ୍ଥଳେ ବିଭାଗୀୟ ଅଧିକାରୀ ଚୁପ ରହିବା ଓ ପୁଲିସ ନିରବଦ୍ରଷ୍ଟା ସାଜିବା ଅନେକ ପ୍ରଶ୍ନବାଚି ଛିଡା କରିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ୨ମାସ ହେବ ଜଣେ ଅଧ୍ୟାପକ ଓ ଅଧ୍ୟାପିକା ଏହି ଅନୁଷ୍ଠାନରେ ଜଏନ କରିଛନ୍ତି । ସେମାନେ ଗତ ୧୬ ତାରିଖ କ୍ୟାମ୍ପସରେ ବସି କଥା ହେଉଥିବା ବେଳେ କେତେକ ଛାତ୍ର ସେମାନଙ୍କୁ କମେଣ୍ଟ କରିଥିଲେ । ଯାହା ଆଜି ଉଗ୍ରରୂପ ନେଇଥିଲା । କେତେକ ଛାତ୍ର ଓ ଅଧ୍ୟାପକଙ୍କ କେତେକ ବନ୍ଧୁ ମୁହାଁମୁହିଁ ହୋଇଥିଲେ । ଚାପା ଉତ୍ତେଜନା ଦେଖି ନିକଟରେ ଥିବା ଜଣେ ସାମ୍ବାଦିକ ପୂରା ଘଟଣାର ମୋବାଇଲ ରେର୍କଡିଂ କରିଥିଲେ । ତେଣୁ ଛାତ୍ରମାନେ ସଙ୍ଘବଦ୍ଧ ଭାବେ ସାମମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ତେବେ ପୁଲିସ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିଥିଲେ ମଧ୍ୟ ପାଖାପାଖି ୨ଘଣ୍ଟାରୁ ଅଧିକ କାଳ ପରିସ୍ଥିତି ଅଣାୟତ ରହିଥିଲା ।
ଅଭିଯୋଗ ହୋଇଛି ପ୍ରେମ ବ୍ୟାପାରକୁ ନେଇ ପୂରା କାଣ୍ଡ ଘଟିଛି । ତେବେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହେବା ନେଇ ଭୁବନେଶ୍ୱରର ସମସ୍ତ ସାମ୍ବାଦିକ ପୁଲିସକୁ ଘେରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ । ଏଥିପାଇଁ ପୁଲିସ କିିଛି ସମୟ ମାଗିଛି । ଆସନ୍ତା କାଲି ସିସିଟିଭି ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ପୁଲିସ ଓ ଶିକ୍ଷାନୁଷ୍ଠାନ ଅଧିକାରୀ ସୂଚନା ଦେଇଛନ୍ତି ।