ଢେଙ୍କାନାଳ(ଏଟିଆର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି କଲେଜ ପରିସର ଛାତ୍ର ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସୂଚନା ଅନୁସାରେ ୨ ଛାତ୍ର ଗୋଷ୍ଠି ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ପୂର୍ବରୁ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ତୃତୀୟ ବର୍ଷ ଛାତ୍ର ଓ ଶେଷ ବର୍ଷ ଛାତ୍ର ମାନଙ୍କ ମଧ୍ୟରେ ଗତ ରବିବାର ଦନି ଗଣ୍ଡଗୋଳ ହୋଇଥିଲା । ଫଲରେ କଲେଜ ପରିସରରେ ଏକ ପ୍ରକାରର ରଣକ୍ଷେତ୍ର ପାଲଟି ଯାଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠି ସାରଙ୍ଗ ଫାଣ୍ଡିରେ ଏତଲା ଦେଇଥିଲେ ।
ପରେ ଅପୋଷ ବୁଝାମଣା ହୋଇଥିଲା । ତେବେ ପରେ ପୋଲିସ ଶେଷ ବର୍ଷ କିଛି ଛାତ୍ରଙ୍କୁ ଅଟକ ରଖିଥିଲା । ଏହାକୁ ନେଇ ପୋଲିସ ପକ୍ଷପାତିତା କରୁଛି ବୋଲି କହି ଛାତ୍ର ମାନେ କଲେଜ ନିର୍ଦ୍ଦେଶକଙ୍କ ଅଫିସ ସାମ୍ନାରୋ ଧାରଣା ଦେଇ କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ପୋଲିସ ଅଟକ ଛାତ୍ର ମାନଙ୍କୁ ନଛାଡିବା ପର୍ଯ୍ୟନ୍ତ ସୋମାନେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଲେଜ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କଲେଜ ପରିସରରେ ଚାପା ଉତ୍ତେଜନା ଲଗି ରହିଛି । ଘଟଣାର ତଦନ୍ତ ଆରମ୍ଭ କରିଛ ପୋଲିସ ।