କଟକ(ଏଟିଆର ବ୍ୟୁରୋ): ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡିଲେ ଦୁର୍ବୃତ୍ତ । ଗତକାଲି ରାତିରେ ଚୋରି କରିବା ଉଦ୍ଦ୍ୟଶରେ ୩ଜଣ ଦୁର୍ବୃତ୍ତକଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବ୍ରହ୍ମଣଭୋଗ ଗ୍ରାମରେ ପଶିଥିଲେ । ୩ଜଣ ଲୁଟେରା ପ୍ରଥମେ ଆସିଥିବା ଗାଡିକୁ ଏକ ଅନ୍ଧାରୁଆ ଯାଗାରେ ରଖିଥିଲେ । ଏହା ପରେ ଲୁଟ କରିବାକୁ ଯୋଜନା କରୁଥିଲେ । ହଠାତ ଗ୍ରାମର ଜଣେ ଯୁବକ ସେଠାରେ ପହଞ୍ଚି ସେମାନଙ୍କୁ ପଚାରଉଚରା କରିବାରୁ ଲୁଟେରା ମାନେ ଯୁବକଙ୍କ ଉପରକୁ ଦାଆ ଓ ହାତୁଡିରେ ଆକ୍ରମଣ କରିଥିଲେ ।
ଯୁବକ ଜଣଙ୍କ ପାଟି କରିବାରୁ ଗ୍ରାମବାସୀ ଉଠିକି ଆସି ଚୋର ମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରୁ ଦୁଇ ଜଣ ଦୁର୍ବୃତ୍ତ ଖସି ପଳାଇଥିବା ବେଳେ ଜଣେଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏହା ପରେ ଧରାପଡିଥିବା ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ଜଣଙ୍କ ପରିଚୟ ମିଳି ପାରିନାହିଁ ।