ଗୁଣୁପୁର (ଏଟିଆର ବ୍ୟୁରୋ); ଆଜିବି ଲୋକଙ୍କ ମନରେ ରହିଛି ଅନ୍ଧ ବିଶ୍ୱାସ । ଗାଁ ଗହଳିରେ ଅନ୍ଧ ବିଶ୍ୱାସ ପାଇଁ ଚାଲି ଯାଉଛି ଅନେକଙ୍କ ଜୀବନ । କେଉଁଠି ବଳି ଦିଆ ଯାଉଛି ତ ଆଉ କେଉଁଠି ଛୋଟ ଛୁଆକୁ ଚେଙ୍କ ଦିଆଯାଉଛି । ଏଭଳି ବହୁ ଅଭାବନୀୟ ଘଟଣା ଲୋକ ଲୋଚନକୁ ଆସୁଛି । ତେବେ ପୁଣି ଏଭଳି ଏକ ଘଟଣାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ହୋଇଛି କି ଗୁଣି ସନ୍ଦେହରେ ଗାଁର ସ୍ୱାମୀ ସ୍ତ୍ରୀ ଏବଂ ଅନ୍ୟ ଜଣେ ବୃଦ୍ଧଙ୍କୁ ଗାଁଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି ଏମାନଙ୍କ ମୃତ ଦେହ ଏବେ ସୁଦ୍ଧା ମିଳିନାହିଁ । ଏଣୁ ପୋଲିସରେ ଅଭିଯୋଗ ହେବା ପରେ ଗାଁରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟ ,କିଛି ଦିନ ପୂର୍ବେ ଗ୍ରାମର ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏବେ ସୁଦ୍ଧା ତାଙ୍କର ମୃତ ଦେହ ମିଳିନଥିବା ବେଳେ ୨୪ ତାରିଖ ରାତିରେ ସେହି ଗ୍ରାମର ଦୁଇ ଜଣ ସ୍ୱାମୀ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏମାନଙ୍କ ମୃତ ଦେହ ମଧ୍ୟ ମିଳିନାହିଁ । ଯାହାକି ପୋଲିସର ମୁଣ୍ଡ ବିନ୍ଧା ହେବା ସହିତ ଘଯଣାକୁ ସନ୍ଦେହ ଘେରକୁ ଟାଣି ନେଉଛି । ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟଫିକ ଟିମ ଧରି ଗାଁରେ ତଦନ୍ତ ଆରମ୍ଭ କରିଛି । ଖୁବ ଶିଘ୍ର ଶବ ମିଳିବା ସହିତ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ ଗୁଣୁପୁର ଅନ୍ତର୍ଗତ ଉକୁମ୍ବାଗୁଡା ବଡ ସାହିରେ ରହୁଥିବା ଗୋପାଳ ଶବର(୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର(୪୦)ଙ୍କୁ ଗତ ୨୪ ତାରିଖ ରାତି ୧୦ ଟା ସମୟରେ ଘରୁ ବାହାରକୁ ଟାଣିନେଇ ଗାଁ ଦାଣ୍ଡ ବାବୁ ଦେବତା ପାଖରେ ହତ୍ୟା କରିଥିଲେ ଗାଁ ଲୋକେ। ପ୍ରାୟ ୩୦ ରୁ ୪୦ ଲୋକ ମିଶି କ୍ରିକେଟ ବ୍ୟାଟରେ ମାରି ମାରି ହତ୍ୟା କରିଥିବା ମୃତ ଗୋପାଳଙ୍କ ଝିଅ ଶୋବିତା ଶବର କହିଛନ୍ତି। ସେପଟେ ଏଭଳି ଅଭିଯୋଗ ହେବା ପରେ ଗାଁରେ ପୁରୁଷ ଶୂନ୍ୟ ହୋଇଯାଇଛନ୍ତି ।