ଭଦ୍ରକ ( ଏଟିଆର ବ୍ୟୁରୋ): ଭଦ୍ରକ ଜିଲ୍ଲାରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ପ୍ୟୁ ଜାରି ହୋଇଛି । ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଏନେଇ ସୂଚନ ଦେଇଛି ଜିଲ୍ଲା ପ୍ରଶାସନ । ସୂଚନାଯୋଗ୍ୟ ଏବେ ଭଦ୍ରକ ଜିଲ୍ଲା ପାଇଁ କାଳ ପାଲଟିଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ଜିଲ୍ଲାରେ ଲଗାତାର ଭାବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହେଉଛି । ଗତକାଲି ମଧ୍ୟ ଭଦ୍ରକ ଜିଲ୍ଲାରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ଯାହାଫଳରେ ଏବେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାତିରେ ଲୋକେ ବୁଲାବୁଲି କରିବା ଆଶଙ୍କା କରି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଅନ୍ୟପଟେ ଜଗତସିଂହପୁରରେ ଗତକାଲି ସନ୍ଧ୍ୟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି ।
Curfew imposed in entire Bhadrak district area from 7.00 https://t.co/jGsAXbfFtU 7.00 am during the lockdown period. pic.twitter.com/0ZGWKjg8Ht
— District Administration,Bhadrak (@DM_Bhadrak) May 5, 2020
ଜଗତସିଂହପୁର ଗ୍ରୀନ ଜୋନରେ ଥିଲେ ମଧ୍ୟ ପ୍ରଶାସନ ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି । ସେହିଭଳି ଭୁବନେଶ୍ୱର ଟ୍ୱିନ ସିଟିରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି । ସକାଳ ୭ ରୁୁ ସନ୍ଧ୍ରା ୭ ଟା ପର୍ଯ୍ୟନ୍ତ ଲୋକେ ବିନା କାରଣରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ।