ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବଢ଼ିଲା ‘କାଳିଆ’ ଆବେଦନ ଅବଧି । ପୂର୍ବରୁ ଏହି ଅବଧିର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୧୦ତାରିଖ ଥିବା ବେଳେ ଏହାକୁ ୧୫କବୃଦ୍ଧି କରାଯାଇଛି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଅବଧି ଜାନୁଆରୀ ୨୫ରୁ ଫେବୃଆରୀ ୫ ଯାଏ ଚାଲିବ ବୋଲି ନିର୍ଦ୍ଧେଶ ଦିଆଯାଇଛି । ହିତାଧିକାରୀଙ୍କ ଆଗ୍ରହ ପାଇଁ ଏହାର ଅବଦ୍ଧି ବଢ଼ାଇବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟର ସମସ୍ତ ଚାଷୀ କିପରି ଏହି ‘କାଳିଆ’ ଯୋଜନାର ସୁବିଧା ପାଇ ପାରିବେ ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । ତେବେ ଯଦି ଦରକାର ହୁଏ ତେବେ ତୃତୀୟ ପର୍ଯ୍ୟାୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଭାଗ ଚାଷୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଚାଷୀ ଉପକୃତ ହେବେ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଖୁବ ପ୍ରଂଶସା କରିଛନ୍ତି ଜନ ସାଧାରଣ । ତେବେ ପୁଣି ଥରେ ଚାଷୀଙ୍କ ପାଇଁ ଅବଧି ବଢ଼ିବା ପରେ ବେଶ ଖୁସି ଅଛନ୍ତି ଚାଷୀ ।