ଭୁବନେଶ୍ୱର ( ଏଟରିଆର ବ୍ୟୁରୋ): ଆସନ୍ତା ଡିସେମ୍ବର ୨୬ ତାରିଖରେ ପଡିବ ସୂର୍ଯ୍ୟ ପରାଗ । ସାଧାରଣତ ଜ୍ୟାତିଷ ଶାସ୍ତ୍ରରେ ଗ୍ରହଣ ସପ୍ତାହକୁ ଆମେ ଅଶୁଭ ବୋଲି ମାନିଥାଉ । ସେହିଭଳି ବୈଜ୍ଞାନିକ କାରଣ ଅନୁସାରେ ଖାଲି ଆଖିରେ ଗ୍ରହଣ କିମ୍ବା ପରାଗ ଦେଖିବା କଥା ନୁହେଁ । ତେବେ ଆସନ୍ତୁ ଜାଣିବା ପରାଗ ସମୟରେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ।
ଭାରତୀୟ ସୂଚନା ଅନୁସାରେ । ଆଗକୁ ଆସୁଥିବା ଏହି ପରାଗ ସକାଳ ୮ ଘଟିକା ୧୭ ମିନିଟରେ ଆରମ୍ବ ହୋଇ ଦିନ ୧୦ ଟା ୫୭ ମିନିଟରେ ଛାଡିବ । ସୂର୍ଯ୍ୟଙ୍କୁ ଗ୍ରାସ ସମୟ ରହିଛି ୨ ଘଣ୍ଟା ୪୦ ମିନିଟ ।
୧. ଗର୍ଭବତୀ ମହିଳାମାନେ ଏହି ସମୟରେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ ।
୨. ଖାଲି ଆଖିରେ ପରାଗ ଦେଖିବା କଥା ନୁହେଁ ।
୩. ଏହି ସମୟରେ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର ଅନୁଚିତ ।
୪. ପରାଗ ସମୟରେ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଅନୁଚିତ ।
୫. ସେହିଭଳି ପରାଗ ଲାଗିଥିବା ସମୟରେ ପୂଜାପାଠ ଓ ସ୍ନାନ କରିବା ମଧ୍ୟ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ ।
୬. ପରାଗର ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ ।