ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଏବେ ଚାରିଆଡେ କଲବଲ । ଗୋଟେପଟେ ଏହାର ପ୍ରଭାବ ଏବେ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ବି ପଡିଛି । ଏହାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଥିବା ଜଣାପଡିଛି ।
କରୋନା ପାଇଁ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା ଉପରେ ସରକାର ଏହି ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ଏମାନଙ୍କୁ ୩୦ ପ୍ରତିଶତ ଦରମା ଦିଆଯିବ । ବଳକା ୭୦ ପ୍ରତିଶତ ଦରମା ପରବର୍ତ୍ତି ମୁହୂର୍ତ୍ତ ରେ ଦିଆଯିବ ବୋଲି କୁହାଯାଇଛି ।
Govt of #Odisha has decided to defer 70% of Gross Salaries of Hon'ble CM, MLA's & elected Representatives & 50% of IAS, IPS & IFS from the month of March onwards in the wake of the economic impact of #21dayslockdown & expenditures incurred to control #COVID19. #OdishaFightsCorona
— H & FW Dept Odisha (@HFWOdisha) April 1, 2020
ସେହିପରି ଏହି ସମାନ ନିମୟ ସମସ୍ତ ନିଗମ ଅଧ୍ୟକ୍ଷ ଓ ନିର୍ବାଜିତ ଜନପ୍ରତିନିଧିଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଛି । ସେହି ଅନୁଯାୟୀ ବର୍ତ୍ତମାନ ଆଇଏଏସ, ଆଇପିଏସ ଏବଂ ଆଇଏଫଏସଙ୍କୁ କେବଳ ୫୦ ପ୍ରତିଶତ ଦରମା ଦିଆଯିବ । ବଳକା ୫୦ ପ୍ରତିଶତ ଦରମା ପରବର୍ତ୍ତି ମୁହୂର୍ତ୍ତ ରେ ଦିଆଯିବ ନିଷ୍ପି ନିଆଯାଇଛି ।