ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୦ ତାରିଖରେ ବର୍ଷା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ଚାରି ଦିନ ପର୍ଯ୍ୟନ୍ତ ବର୍ଷିବ । ଏହାସହିତ କୂଆ ପଥର ମଧ୍ୟ ମାଡ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । ରାଜ୍ୟର ଅନେକ ସ୍ଥାନରେ ୧୩ ତାରିଖ ଯାଏଁ ବର୍ଷା ହେବା ସହ ପାଗ କୋହଲା ଓ ମେଘୁଆ ରହିବ ।
ଅନ୍ୟପଟେ ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।