ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି । ଆଜି ସକାଳୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ କିଛି ଦିନ ଭିତରେ ଚିହ୍ନଟ ହେଉଥିବା ଆକ୍ରାନ୍ତ ମାନେ ପ୍ରାୟ ବାହାର ରଜ୍ୟରୁ ଫେରିଥିବାର ସୂଚନା ରହିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯଜପୁରରୁ ୧୬, ଗଞ୍ଜାମରୁ ୧୫ , କେନ୍ଦ୍ରପଡାରୁ ୩ , ପୁରୀରୁ ୪ , ନୟାଗଡରୁ ୩ ବଲାଙ୍ଗିରରୁ ୨ , ବୌଦ୍ଧରୁ, କଟକରୁ , ଖୋର୍ଦ୍ଧାରୁ ଜଣେ ଲେଖାଏଁ ଏବଂ କନ୍ଧମାଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।
Total Positive Cases till 9 am: 876
Active Cases: 652
New: 4803 cases in Kendrapara
(All in quarantine centres, WB returnees)15 cases in Ganjam
(14 in quarantine centres, all Surat returnees & 1 Bengaluru returnee)01 case in Khurdha
(In quarantine centre, Surat returnee)— I & PR Department, Odisha (@IPR_Odisha) May 18, 2020
ଯାଜପୁରରୁ ଚିହ୍ନଟ ହୋଇଥିବା ୧୬ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ ଫେରନ୍ତା, ଜଣେ ତେଲେଙ୍ଗାନା ଫେରନ୍ତା, ୪ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ୪ଜଣ ଅହମ୍ମଦାବାଦରୁ ଫେରିଥିଲେ । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣଙ୍କ ସୁରଟ ଫେରନ୍ତା ରହିଥିବା ବେଳେ ଜଣେ ସଂକ୍ରମିତ ବେଙ୍ଗାଲୁରୁ ଫେରନ୍ତା । ପୁରୀରୁ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ତାମିଲନାଡୁ ଫେରନ୍ତା, ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ନୟାଗଡରୁ ଆଜି ଚିହ୍ନଟ ହୋଇଥିବା ୩ଜଣ ସଂକ୍ରମିତ ଗୁଜରାଟର ଅହମ୍ମଦାବାଦରୁ ଫେରିଥିଲେ । କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି ।
01 case in Cuttack
( In quarantine centre, Maharashtra returnee)01 case in Boudh
(In quarantine centre, Surat returnee)02 cases in Bolangir
( All in quarantine centres, Surat returnees)03 cases in Nayagarh
(All in quarantine centres, Ahmedabad returnees)— I & PR Department, Odisha (@IPR_Odisha) May 18, 2020
ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁରଟରୁ ଫେରି କ୍ୱାରେଣ୍ଟାଇନ୍ରେ ରହିଥିଲେ । କଟକରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା । କନ୍ଧମାଳରୁ ଚିହ୍ନଟ ହୋଇଥିବା ୨ଜଣ କରୋନା ଆକ୍ରାନ୍ତ ତାମିଲନାଡୁ ଫେରନ୍ତା । ବୌଦ୍ଧରୁ ଚିହ୍ନଟ ଆକ୍ରାନ୍ତ ମଧ୍ୟ ସୁରଟ ଫେରନ୍ତା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
02 cases in Kandhamal
(All in quarantine centres, Tamilnadu returnees)04 cases in Puri
( 3 in quarantine centres. 2 Tamilnadu, 1 AP returnees and 1 local contact)16 cases in Jajpur
( All in quarantine centres. 7 WB, 1 Telengana,
4 AP & 4 Ahmedabad returnees)— I & PR Department, Odisha (@IPR_Odisha) May 18, 2020