ବରଗଡ (ଏଟିଆର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ ସ୍ଥଗିତ କରାଯାଇଛି । ଡିସେମ୍ବର ମାସ ଗାଇଡଲାଇନ୍ ଅନୁଯାୟୀ ଧନୁଯାତ୍ରା ଆୟୋଜନ କରିବା ସମ୍ଭବ ନୁହେଁ । ସେଥିପାଇଁ ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଧନୁଯାତ୍ରା କମିଟିର କାର୍ଯ୍ୟକାରି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଧନୁଯାତ୍ରା ମହୋତ୍ସବ ସ୍ଥଗିତ ରଖିବାର ନିଷ୍ପତି ନିଆଯାଇଛି ।
ଡିସେମ୍ବର ଗାଇଡଲାଇନ ଅନୁଯାୟୀ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇ ଜାନୁଆରୀ ଗାଇଡଲାଇନକୁ ଅପେକ୍ଷା କରିବା ପାଇଁ କମିଟିରେ ନିଷ୍ପତି ହୋଇଛି । ଯଦି ନୂତନ ଗାଇଡଲାଇନ ଆସିବା ପରେ ଧନୁଯାତ୍ରା କରିବା ସମ୍ଭବ ହେବ ତେବେ ଆଉ ଥରେ ବୈଠକ ବସିବ ବୋଲି ବରଗଡ ଜିଲ୍ଲାପାଳ ତଥା କମିଟି ସଭାପତି କହିଛନ୍ତି ।