ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଅଳ୍ପ କେଇ ଦିନ ପରେ ହେବ ନିର୍ବାଚନ । ଏଣୁ ନିଜର ଲୋକ ପ୍ରିୟତା ବଜାୟ ରଖିବା ସହ ଭୋଟରଙ୍କ ମନ କିଣିବା ପାଇଁ କ୍ଷମତାରେ ଥିବା ନେତାମାନେ ନୂଆ ନୂଆ ଯୋଜନା ଘୋଷଣା କରୁଥିବା ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓଡିଆଙ୍କ ପାଇଁ ଦରଦ ଦେଖାଇଥିବା ଦେଖିବାକୁ ମିଳିଛି । ନିକଟ ଅତୀତରେ ଓଡିଶାରେ ହୋଇଥିବା ତିତଲିର କ୍ଷତିଗ୍ରସ୍ତ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଠାରେ କରାଯାଇଥିବା ସହାୟତା ରାଶି ପ୍ରଦାନ କରିବା ବିଷୟରେ ଆଲୋଚନା କରିଛନ୍ତି ।
ଗତ ୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ତିତଲି ବାତ୍ୟା କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅତିରିକ୍ତ ସହାୟତା ମିଳିବ। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଅତିରିକ୍ତ ସହାୟତା ପ୍ରଦାନକୁ ଅନୁମତି ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ବିଟ୍ କରି ଏହି ନେଇ ସୂଚନା ଦେଇଛନ୍ତି। ଓଡିଶା ସରକାରଙ୍କ ତରଫରୁ ୨୭୮୦ କୋଟି ଦାବୀ କରାଯାଇଥିଲା । କିନ୍ତୁ ଏହି ସଫଳତା ରାଶୀ କେତେ ମିଳିବ ତାହା ସ୍ପଷ୍ଠ ହୋଇନାହିଁ ।