ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଅନୁଗୁଳ ଠାରେ ଥିବା ନାଲକୋ ପ୍ଲାଣ୍ଟର ବାର୍ଷିକ ୧ ମିଲିୟନ ଟନ କୁ ବୃଦ୍ଧି କରିବା ପାଇଁ ୍େନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।ନ୍ୟାସନାଲ ଆଲୁମିନିୟମ ର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ନିୟୁତ ଟନରୁ ୧ ନିୟୁତ ଟନ କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ନାଲକୋ ଆରମ୍ଭ କରୁଥିବା ବ୍ରାଉନ ଫିଲ୍ଡ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି ଟଙ୍କା । ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ ପାୱାର ରହିଛି । ଖଣି କାର୍ଯ୍ୟକ୍ରମ ହେବା ପରେ ନାଲକୋର ବାକ୍ସାଇଟ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମୁଲିୟନ ଟନରୁ କ୍ଷମତା ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ ।
ଆଲୁମିନାର ବାର୍ଷିକ କ୍ଷମତା ୩.୧ ମିଲିୟନ ଟନ ଧାରଣ କରିଥିବା ବେଳେ ଏହି ଆଲୁମିନାରୁ ବାର୍ଷିକ ୧.୫ ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଛି ।
ଅନୁଗୁଳରେ ଆଲୁମିନାର ପ୍ରଚୁର ଉପଲବ୍ଧିକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ସ୍ଥିତ ନାଲକୋର ଆଲୁମିନିୟମ୍ ସ୍ମେଲଟର ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିୟନ ଟନ୍ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।