ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦରେ ବ୍ୟାପୁଛି ଡାଇରିଆ । ଏଥିରେ ୪୯ ଜଣ ଆକ୍ରାନ୍ତ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ହୀରାକୁଦ ଡାକ୍ତରଖାନାରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୫ ଜଣ ଗୁରୁତରଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତରଣ କରାଯାଇଛି । ସେହିପରି ଆଉ କିଛ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଥିବାର ସୂଚନା ରହିଛି ।
ଦୂଷିତ ପାନିୟ ଜଳ ଯୋଗାଣ ଯୋଗୁଁ ଡାଇରିଆ ବ୍ୟାପୁଥିବା ନେଇ ଅଭିଯୋଗ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ଏକ ରିପୋର୍ଟ ଅନୁସାରେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉନି । କେବଳ ପାଣିକୁ ବ୍ଲିଚିଂ ମାରି ଛାଡି ଦିଆ ଯାଉଛି ।