କଟକ( ଏଟିଆର ବ୍ୟୁରୋ): ଚଳିତ ବର୍ଷ କଟକରେ ହେବ ଦୁର୍ଗାପୂଜା । ଏବେ କଟକରେ ଦୁର୍ଗାପୂଜା କରିବାକୁ ମିଳିଛି ଗ୍ରୀନସିଗନାଲ । ଏନେଇ ଜିଲ୍ଲାପାଳ ଏବେ କଟକବାସୀଙ୍କୁ ଗ୍ରୀନ ସିଗନାଲ ଦେଇଛନ୍ତି । ପୂର୍ବରୁ କଟକରେ ଚଳିତ ବର୍ଷ କଟକରେ ଦଶହରା ହେବନାହିଁ ବୋଲି ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ । ଯାହାକୁ କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ନାପସନ୍ଦ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁକ୍ତି ରଖାଯାଇଥିଲା କି କଟକ ସହରରେ ଦୁର୍ଗାପୂଜା କରାଗଲେ ସାମାଜିକ ଦୂରତା ରହିବ ନାହିଁ ।
ଯାହାଫଳରେ ସଂକ୍ର୍ରମଣ ବଢିବାର ଆଶଙ୍କା କରାଯାଉଛି । ତେବେ ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି କଟକ ବାଲୁବଜାର ପୂଜା କମିଟି ସଭାପତି ଆଡଭୋକେଟ ସୂର୍ଯ୍ୟକାନ୍ତ ସାଙ୍ଗାନାରିଆ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ଆଡଭୋକେଟ ସୂର୍ଯ୍ୟକାନ୍ତଙ୍କର ଯୁକ୍ତି ରହିଥିଲା କି ଦଶହରା ସହିତ କଟକର ପାଞ୍ଚ ଶହ ବର୍ଷର ଇତିହାସ ଓ ପରମ୍ପରା ଯୋଡି ହୋଇ ରହିଛି । ତେଣୁ ମହାମାରୀ ସମୟରେ ଏତେ ବର୍ଷର ପରମ୍ପରାକୁ ବନ୍ଦ କରାଯାଇ ପାରିବ ନାହିଁ ।
କୋଭିଡ ନିୟମର କିଛି ନିର୍ଦ୍ଧିଷ୍ଟ ସର୍ତ୍ତ ରଖି କଟକରେ ଦୁର୍ଗାପୂଜା କରିବାକୁ ଅନୁମତି ଦେବାକୁ ସେ ଦାବି କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ଏବେ କଟକରେ ଦୁର୍ଗାପୂଜା କରିବାକୁ ଗ୍ରୀନସଗନାଲ ଦିଆଯାଇଛି । ଜିଲ୍ଲାପାଳଙ୍କ ଏହି ନିଷ୍ପତିକୁ ଏବେ କଟକ ସହରର ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି ।