ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରେ ପ୍ରଥମେ ମୋ ବସ ସେବା ସଫଳ ହେବା ପରେ ଏବେ ଲୋକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଇ-ବସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ସେବାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୧୦ ଇ-ବସ୍ ସହରରେ ଗଡିବ । ସେହିପରି ଇ-ବସ୍ ସାଙ୍ଗକୁ ଇ-ରିକ୍ସା ଚାଲିବା ନେଇ କ୍ରୁଟ୍ ପକ୍ଷରୁ ସୂଚନା ରହିଛି ।
ବସ୍ ରେ ମୋଟ ଯାତ୍ରୀଙ୍କ ସଂଖ୍ୟା ୩୦ ରେ ସୀମିତ ରହିବା ଏବଂ ପ୍ରତ୍ୟେକ ବସ ଶୀତତାପ ନିୟନ୍ତ୍ରିତ । ବସ୍ ଗଡିବା ପୂର୍ବରୁ ଟ୍ରାଏଲ ରନ୍ ମଧ୍ୟ କରାଯାଇଛି । ଇ-ବସ୍ ଦ୍ୱାରା ଶଦ୍ଦ ଓ ବାୟୁପ୍ରଦୂଷଣ ରୋଗା ଯାଇ ପାରିବ ।