ମାଲକାନାଗିରି(ଏଟିଆର ବ୍ୟୁରୋ): ମାଓବାଦୀ ସଂଗଠନକୁ ଝଟକା । ପୁଣି ଆତ୍ମସମର୍ପଣ କରିଛନ୍ତି ଆଠ ଜଣ ମାଓବାଦୀ । ଆଜି ମାଲକାନାଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁସାରେ ମାଲକାନାଗିରି ଜିଲ୍ଲା କାର୍ଯ୍ୟାଳୟରେ ଏସ.ପି ଋଷିକେଷ ଖିଲାରୀ, ବିଏସଏଫ କମାଣ୍ଡର ଏ.କେ ଆର୍ଯଙ୍କ ଉପସ୍ଥିତିରେ ଦୁର୍ଦ୍ଦାନ୍ତ ମାଓବାଦୀ ସାମ୍ବା ଖାରା ଆତ୍ମସମର୍ପଣ କରିଛି । ୨୦୧୮ରୁ ମାଓ ସଂଗଠନରେ ସାମ୍ବା ଯୋଗ ଦେଇଥିଲେ । ସାମ୍ବା ନାଁରେ ଏକାଧିକ ଆଇଇଡି ବିସ୍ଫୋରଣ, ହତ୍ୟା ଆଦି ମାମଲା ରହିଛି ।
ଏହା ପରେ ଆଉ ଏକ ସ୍ୱତନ୍ତ୍ର କାର୍ଯକ୍ରମରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଭାସ୍କର ଖିଲ୍ଲା, ଯୋଗୀ ଖାରା, ତ୍ରିନାଥ ଖିଲ୍ଲା, ରାଧବ ଖିଲ୍ଲା, ଖାତ୍ରୁ ହନ୍ତାଳ, ରଘୁରାମ ହନ୍ତାଳ ଏବଂ ନିନ୍ଦୁ ପାଙ୍ଗି। ପ୍ରଶାସନ ପକ୍ଷରୁ ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଜିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ମାଓବାଦୀ ସଂଗଠନରେ ହେଉଥିବା ନିର୍ଯ୍ୟାତନା, ନରହତ୍ୟା କୁ ବିରୋଧ କରି ଏମାନେ ସଂଗଠନ ଛାଡିଛନ୍ତି ବୋଲି କହିଛନ୍ତି । ତେବେ ବାରମ୍ବାର ମାଓବାଦୀ ମାନେ ଆତ୍ମସର୍ମପଣ କରୁଥିବାରୁ ଲାଲ ଗଡ ଭୁଷୁଡିବାର ସମ୍ଭବନା ରହିଛି ।