ମୟୁରଭଞ୍ଜ (ଏଟିଆର ବ୍ୟୁରୋ); ପୁଣି ନଜରକୁ ଆସିଲା ହାତୀ ମରିବା ଘଟଣା । ମୟୂରଭଞ୍ଜ ଜିଲ୍ଲାର ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଝାଡଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ ମୃତ ମାଇ ହାତୀଟିର ବୟସ ୧୦ରୁ ୧୨ ବୋଲି ଅନୁମାନ କରାଯାଇଛି । ଏହି ହାତୀ ମରିବା ଖବର ପାଇବା ପରେ ଘଟଣାସ୍ଥଳରେ ବାଲିଗଡିଆ ରେଞ୍ଜ କର୍ମଚାରୀ ପହଁଞ୍ଚି ତଦନ୍ତ ଚଳାଇଛନ୍ତି । ବନ କର୍ମଚାରୀଙ୍କ ସୂଚନା ମୁତାବକ ମୃତ ହାତୀଟି ଏକ ଝାଡଖଣ୍ଡି ହାତୀ ବୋଲି ଜଣାପଡିଛି ।
ଗତ କିଛିଦିନ ହେବ ୭୦ରୁ ଅଧିକ ଝାଡଖଣ୍ଡି ହାତୀ ଆସି ଗାଁରେ ବ୍ୟାପକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଗତକାଲି କାଲି ଏହି ହାତୀପଲ ଗାଁରେ ପସି ଆସିଥିବା ବେଳେ ଛୁଆ ହାତୀଟି ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ । ଏବେ ପ୍ରତ୍ୟକ ଦିନ ହାତୀ ମରିବା ଖବର ପ୍ରସାରିତ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଏହି ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ? ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଥିବା ବନ କର୍ମଚାରୀମାନେ କରୁଛନ୍ତି କଣ ? ବାରମ୍ବାର ହାତୀ ମରିବା ପରେ ଏପରି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ ।