ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁ କିଛି ଖିନଭିନ ହୋଇ ପଡିଛି । ବର୍ଷ ବର୍ଷ ଧରି ଗୁଜୁରାଣ ମେଣ୍ଟଉଥିବା ଦେକାନ ଘରକୁ ଭାଙ୍ଗି ଦେଇଛି ବିଏମସି ଓ ବିଡିଏ । ଭାଙ୍ଗିବା ପୂର୍ବରୁ ନା କିଛି ଜଣାଇଲେ ନା ଦେକାନ ଖାଲି କରିବାକୁ ସମୟ ଦେଲେ । କିଛି ବୁଝିବା ପୂର୍ବରୁ ହଠାତ ବୁଲଡର ଶୁଣ୍ଡରେ ସବୁକିଛି ମିଶିଗଲା ମାଟିରେ । ଦିନ ସାରା ଦେକାନରେ ବସି ବେପାର କଲେ ପେଟକୁ ଦାନା ନେଉଥିଲେ କିଛି ଦୋକାନୀ ଓ ତାଙ୍କ ପରିବାର ଲୋକ ।
କିଏ ପାନ ଦୋକାନ ଟିଏ ତ ଆଉ କିଏ ଜେରକ୍ସ ଓ ଲଣ୍ଡ୍ରି ଦୋକାନଟିଏ କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଆଜି ଆଉ ତାଙ୍କ ପାଖରେ ନାହିଁ ରୋଜଗାର ପନ୍ଥା । କେମିତି ଚଳିବେ, କଣ ଖାଇବେ ଏସବୁକୁ ନେଇ ଏବେ ଚିନ୍ତାରେ ବ୍ୟବସାୟୀ । ନୂଆ ମଟର ଯାନ ଆଇନ ଆସିଲା ଦିନଠାରୁ ପ୍ରସାଶନ ପକ୍ଷରୁ କଡା ପଦକ୍ଷପ ନିଆଯାଉଛି । ଗତ ୬ ଦିନ ହେବ ଆରଟିଓ ଅଫିସ ଓ ହସପିଟାଲରୁ ଦଳାଲ ମୁକ୍ତ କରାଇବା ପାଇଁ ଚାଲିଛି ଧରପଗଡ । ରାଜ୍ୟର ସମସ୍ତ ହସପିଟାଲ ଓ ଆରଟିଓ ଅଫିସରୁ ଦଳାଲ ମାନଙ୍କୁ ଧରା ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଏହି ପରିପ୍ରେକ୍ଷିରେ ଆଜି ପାଳି ପଡିଥିଲା ଆରଟିଓ ୨ ର । ଚନ୍ଦ୍ରଖେର ପୁର ନିକଟରେ ଥିବା ଆରଟିଓ ୨ ନିକଟରୁ ଆଜି ସକାଳେ ବିଏମସି ଓ ବିଡିଏ ପକ୍ଷରୁ ଦଲାଲ ମାନଙ୍କୁ ସେଠାରୁ ଉଠାଇବାକୁ ଯାଇ ଜବର ଦଖଲକାରୀ ମାନଙ୍କୁ ଉଠାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ବିଏସି ଆଉ ବିଡିଏ ଆରଟିଓକୁ ଦଲାଲ ମୁକ୍ତ କରିବା ନିଶାରେ ନିରିହ ଲୋକଙ୍କ ପେଟକୁ ଆଉ ଲାତ ମାରୁନିତ ? କିଏ ଦଲାଲ ଆଉ କିଏ ବ୍ୟବସାୟୀ ତାଙ୍କୁ ଚିହ୍ନିବାରେ ଭୁଲ କରୁନି ତ ବିଏମସି ? କାହିଁକି ଦୋକାନ ଖାଲି କରିବାକୁ ଦିଆଗଲାନି ସମୟ । ବର୍ଷ ବର୍ଷ ଧରି ଏଠାରେ ଦୋକାନ କରି ପେଟ ପଶୁଥିବା ମଣିଷ ଏବେ ଜିବ କୁଆଡେ । ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।