ଜଗତସିଂହପୁର (ଏଟଇଆର ବ୍ୟୁରୋ): ଆଜି ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ପରଲୋକ ଘଟିଛି । ବରିଷ୍ଠ ବିଧାୟକ ବିଜୟ କୁମାର ଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ହୋଇଥିଲା । ତାଙ୍କୁ ବୟସ ହୋଇଯାଇଥିବାରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ଘଟିଥିଲା । ଆଜି ସକାଳ ୯ଟା ୪୫ମିନିଟରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜନ୍ମ ଗ୍ରହଣ କରିଥିବା ଏହି ରାଜନେତା ଜଣଙ୍କ ନିଜ ଛାତ୍ର ଜୀବନରୁ ହିଁ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ । ତେବେ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ସେ ଦାମୋଦର ରାଉତଙ୍କୁ ହରାଇ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦୀର୍ଘଦିନ ଧରି ସେ ଜନସେବାରେ ନିଜକୁ ନିୟୋଜିତ କରିବା ସହ ଲୋକଙ୍କୁ ଭଳ ମନ୍ଦରେ ିଂଆ ମଧ୍ୟ ହେଉଥିଲେ । ସ୍ୱର୍ଗତ ବିଜୟ କୁମାର ଜଣେ ବିଧାୟକ ହେବା ସହ କଟକ ବସ ମାଲିକ ସଘଂ ମଧ୍ୟ ଦୀର୍ଘଦିନ ଧରି ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ ।