ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ମାଟ୍ରିକ ପରୀକ୍ଷାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଶତ ଚେଷ୍ଟା କରୁଛନ୍ତି । ମାତ୍ର ଏତେ ସବୁପରେ ମଧ୍ୟ ନକଲି ପରୀକ୍ଷାର୍ଥୀ ହଲରେ ବସି ପରୀକ୍ଷା ଦେଉଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଇଂରାଜୀ ପରୀକ୍ଷା ଦିନ ମଧ୍ୟ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା । ଏବେ ଅନ୍ୟ ୨ ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଇ ୨ ଜଣ ଛାତ୍ରୀ ବନ୍ଧା ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ରଣପୁର ବ୍ଲକ କୋଲସରା ଜନତା ଉଚ୍ଚ ବିଦ୍ୟାଳୟରେ ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ୨ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି ।
ତେବେ ଏନେଇ ଏବେ ଜିଲ୍ଲା ଶିକ୍ଷାଧିକାରୀ ଓ ପୋଲିସ ତଦନ୍ତ କରୁଛନ୍ତି । ସୂଚନା ଅନୁସାରେ ଧରା ପଡିଥିବା ଏହି ଦୁଇ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଉଥିଲେ । ସବୁଠାରୁ ଏବେ ବଡ ପ୍ରସଙ୍ଗ ହେଉଛି ଏହି ନକଲି ମାଟ୍ରିକ ପରୀକ୍ଷାର୍ଥୀ ଆଡମିଟ କାର୍ଡରେ ଫଟୋ ଥାଇ ସୁଦ୍ଧା କେଉଁଭଳି ଭାବେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କଲେ । କପି ଚେକିଂ ବେଳେ କେବିତି ଜାଣିପାରିଲେ ନାହିଁ ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ।