ଯାଜପୁର (ଏଟିଆର ବ୍ୟୁରୋ); ମହିଳାଙ୍କ ପାଖରୁ ମିଳିଲା ୮ଟି ଦୁଇ ହଜାର ଟଙ୍କିଆ ଜାଲ ନୋଟ । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବରପଦା ଅଞ୍ଚଳରେ । ମହିଳା ଜଣକ ସୌଦା କିଣିବା ପାଇଁ ବଜାରକୁ ଯାଇଥିଲେ । ସେଠାରେ ମହିଳା ସଉଦା କିଣିବା ପରେ ୨ ଟଙ୍କିଆ ନୋଟ ଟିଏ ବଢ଼ାଇଥିଲେ । ତେବେ ଏହି ନୋଟ ନକଲି ବୋଲି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ଦୋକାନୀ ।
ଖବର ପାଇ ପୋଲିସ ଦୋକାନ ପାଖରେ ପହଁଞ୍ଚି ଜାଲ ନୋଟକୁ ଦେଖିଥିଲା । ତେବେ ସନ୍ଦେହ କରି ମହିଳାଙ୍କୁ ଚେକ କଲା ପରେ ତାଙ୍କ ପାଖରୁ ଆହୁରି ୭ଟି ନୋଟ ବାହାରିଥିଲା । ପୋଲିସ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏତେ ନୋଟ କେଉଁଠୁ ଆଣିଛନ୍ତି । ଏବଂ ଜାଲନୋଟ କାରବାରରେ କାହାର ସମ୍ପୃକ୍ତି ରହିଛି । ସେ ସମ୍ପର୍କିତ ପ୍ରଶ୍ନ ପଚାରୁଛି ପୋଲିସ ।