ପୁରୀ (ଏଟିଆର ବ୍ୟୁରୋ ) ; ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଆଜି ଅରଖକୁଦା ମେରାଇନ ଥାନରେ ଏତଲା ଦେଇଛନ୍ତି ପୁରୀ ସଚେତନ ନାଗରିକ ମଞ୍ଚର ଅବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଦାବି କରି ସେ ଏପରି ଏତଲା ଦେଇଥିବା ଜଣାପଡିଛି ।
ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ଅନ୍ୟ ୪ ଜଣ ନେତାଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗର କାର୍ଯ୍ୟନୁଷ୍ଟାନ ଦାବି କରି ସେ ଏତଲା ଦାଏର କରିଛନ୍ତି । ବିଜେଡିର ୪ ଜଣ ନେତାଙ୍କ ମଧ୍ୟରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ସାଂସଦ ପିନାକୀ ମିଶ୍ର ଓ ବିଧାୟକ ସଂଜୟ ଦାସବର୍ମା ଙ୍କ ନାମ ରହିଥିବା ଜଣାପଡିଛି । ଏ ସମସ୍ତ ନେତା ମାନେ ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପ୍ରିୟଦର୍ଶନ ପୁରୀ ଏସପିଙ୍କୁ ଏପରି ଅଭିଯୋଗ କରିଥିଲେ । ହେଲେ ପୁରି ଏସପି ତାଙ୍କୁ ସମ୍ପୃକ୍ତ ଅଞ୍ଚଳର ମେରାଇନ ଥାନାରେ ଏତଲା ଦେବାକୁ କହିଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୪ ଜଣ ବିଜେଡି ନେତାଙ୍କ ନାମରେ ଅରଖକୁଦା ମେରାଇନ ଥାନରେ ଏତଲା ଦେଇଛନ୍ତି ପୁରୀ ସଚେତନ ନାଗରିକ ମଞ୍ଚର ଅବାହକ ପ୍ରିୟଦର୍ଶନ ପଟ୍ଟନାୟକ ।