କଟକ(ଏଟିଆର ବ୍ୟୁରୋ):କଟକ ତୁଳସୀପୁର ସ୍ଥିତ ସନ୍ ହସ୍ପିଟାଲରେ ନିଆଁ ଲାଗିଥିବାର ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ୫ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଥିବାରୁ କିନ୍ତୁ କେଉଁ କାରଣ ନେଇ ନିଆଁ ଲାଗିଛି ଏନେଇ କାରଣ ସ୍ପଷ୍ଟ ହୋଇନାହିଁ ।
ହସ୍ପିଟାଲରେ ନିଆଁ ଲାଗିବା ପରେ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗୁରୁତର ଥିବା ସମସ୍ତ ରୋଗୀଙ୍କୁ ଏସସିବି ସମେତ ଅନ୍ୟ ଯସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ କଟକ ଜିଲ୍ଲାପାଳ ଓ ସିଏମସି କମିସନର ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ଜିଲ୍ଲାପାଳ ଭବାନୀ ଶଙ୍କର କହିଛନ୍ତି ନିଆଁ ଲିଭାଜିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ସମସ୍ତଙ୍କ ସହଯୋଗରେ ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଏଥିରେ କେହି ଆହତ ହୋଇ ନାହାନ୍ତି ବୋଲି କହିଛନ୍ତି । ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ ଭାବେ ହେଉନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି ।