ପୁରୀ ( ଏଟିଆର ବ୍ୟୁରୋ) : ଦେଶ ପାଳନ କରିବ ୭୩ ତମ ସ୍ୱାଧୀନତା ଦିବସ । ଯାହା ପ୍ରତ୍ୟକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଭାରତ ବର୍ଷ ୨୦୦ ବର୍ଷ ଶହ ବର୍ଷରୁ ଉର୍ଦ୍ଧ ସମୟ ବ୍ରିଟିସ ଶାସନାଧିନ ରହିବା ପରେ ଦେଶରେ ପାଇକ ବିଦ୍ରୋହ ଦ୍ୱାରା ବହୁ ସ୍ଥାନରେ ସ୍ୱାଧୀନତା ସଂଗ୍ରାମର ବହ୍ନି ପ୍ରଜ୍ୱଳିତ ହୋଇଥିଲା । ଭଗତସିଂହ , ଖୁଦିରାମଙ୍କ ପରି ବହୁଦେଶ ପ୍ରେମୀ ପ୍ରାଣ ବଳି ଦେଇଥିଲେ । ଶେଷରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ଚାଖିଥିଲା ସ୍ୱାଧୀନତାର ସ୍ୱାଦ । ଏହି ଭିତରେ ୭୨ ବର୍ଷ ବିତିଗଲାଣି ।
ତେବେ ସେତେବେଳେ ଏହି ସଂଗ୍ରାମରେ ଓଡିଶାର ବହୁ ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ସେମିିତି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ପୁରୀ ଜିଲ୍ଲାର ଚନ୍ଦନ ହଜୁରୀ ବା ଚାଖୀ ଖୁଣ୍ଟିଆ । ଏହି ସ୍ୱାଧୀନତା ସଂଗ୍ରାମୀ ୧୮୨୭ ମସିହା ଶାମ୍ବ ଦଶମୀ ଦିନ ପୁରୀ ହରଚଣ୍ଡୀ ସାହିରେ ଜନ୍ମ ନିଅନ୍ତି । ଅସାଧାରଣ ବାହୁ ବଳରେ ବଳିଆନ ଥିଲେ ଏହି ସଂଗ୍ରାମୀ ଜଣଙ୍କ । ଯିଏକି ୧୮ ୫୭ ମସିହାରେ ଭାରତର, ସିପାହୀ ବିଦ୍ରୋହ ବେଳେ ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନିକଙ୍କୁ ମତାଇ ଥିଲେ ଇଂରେଜ ମାନଙ୍କ ବିରୋଧରେ ।
ମାଟି କୁସ୍ତିରେ ପ୍ରସିଦ୍ଧ ରଖିଥିବା ଏହି ଯୋଦ୍ଧା ଭାରତର ସିପାହୀ ମାନଙ୍କୁ ତାଲିମ ଦେବା ସହିତ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । କେବଳ ସେତିକି ନୁହେଁ ସେ ମହାପ୍ରଭୁଙ୍କର ସେବକ ଥିଲେ , ଜଗନ୍ନାଥ ଦର୍ଶନର ପ୍ରଚାର କରିବା ସହିତ ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ପରାମର୍ଶ ଦାତା ଭାବେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ ।