ଭୁବନେଶ୍ୱର( ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କୋରନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ୱର ଏବଂ ଗଞ୍ଜାମରେ ମଧ୍ୟ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି ।ତେବେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଭୁବନେଶ୍ୱର ବର୍ଡରକୁ ସିଲ କରାଯାଇଛି । ଏବେ ଗଞ୍ଜାମ ଜିଲ୍ଲାରୁ ଭୁବନେଶ୍ୱରର ଆସିବାକୁ ରୋକ ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବୁଧବାର ଗଞ୍ଜାମ ଏବଂ ଖୋର୍ଦ୍ଧା ବର୍ଡରକୁ ସିଲ୍ କରିଛନ୍ତି ସରକାର । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି ।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଅଣାୟତ ହୋଇ ପଡିଛି । ପ୍ରତିଦିନ ଗଞ୍ଜାମ ଜିଲ୍ଲାରୁ ଶତାଧିକ ନୁଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା କରୋନାରେ ୨୪ ଜଣ ପ୍ରାଣ ହରାଇ ସାରିଲେଣି । ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଖୋର୍ଦ୍ଧା ବର୍ଡରକୁ ଜିଲାପାଳ ସିଲ୍ କରିଛନ୍ତି