କଳାହାଣ୍ଡି (ଏଟିଆର ବ୍ୟୁରୋ); କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନାରେ ପାଇଥିବା ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲା ମଣିଷ ଜୀବନ । ଏହି ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର ପୋଡି ନଷ୍ଟ ହୋଇ ଯାଇଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ କରିଥିଲେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଅନ୍ତର୍ଗତ ଡହଗାଁରେ । ଗାଁର ମହେଶ୍ୱର ଭରତିଆଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ଅଗ୍ନିକାଣ୍ଡ ।
ରିପୋର୍ଟ ଅନୁଯାୟୀ ମହେଶ୍ୱରଙ୍କ ଘରେ ରୋଷେଇ ହେଉଥିବା ବେଳେ ହଠାତ ଗ୍ୟାସ ଟାଙ୍କିଟି କୈାଣସି କାରଣ ବସତଃ ଜଳିବାକୁ ଲାଗିଥିଲା । ତେବେ ଚାଲାଖ କରି ଘରୁ ବାହାରକୁ ଟାଙ୍କିକୁ ଫୋପାଡି ଦେଇଥିଲେ ପରିବାର ଲୋକ । ମାତ୍ର ଏହି ଟାଙ୍କି ଫାଟିବା ପରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ତାଙ୍କ ଘରର କିଛି ଆସବାବ ପତ୍ର ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ନିଆଁ ଲାଗିଯାିଥିବା ଖବର ଦେବା ପରେ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଥିଲେ ।