ସୁନ୍ଦରଗଡ(ଏଟିଆର ବ୍ୟୁରୋ): ଗତ ୧୩ ତାରିଖରେ ମୋ ସରକାର କାର୍ଯ୍ୟକ୍ରମରେ ଅବହେଲା ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ସିଡିଏମଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଥିଲା । ୧୩ ତାରିଖ ଦିନ ୫ଟି ସଚିବ ଭି.କେ ପାଣ୍ଡିଆନ ସୁନ୍ଦରଗଡ ମେଡିକାଲ ସମୀକ୍ଷା କରିଥିଲେ । ତେବେ ଏହି ସମୟରେ ରୋଗୀଙ୍କୁ ଠିକ ଭାବରେ ଖାଇବାକୁ ନ ଦିଆଯିବା ଓ ଡାଇଲିସିସ ବିଭାଗରେ ତ୍ରୁଟି ଥିବା ଅଭିଯୋଗରେ ସଚିବ ସିଡିଏଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରିଥିଲେ । ଏହା ପରେ ବିଭିନ୍ନ ରାଜନୈତିକ ଦଳ ଏହା ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ।
ବହୁ ବିରୋଧ ଓ ବିକ୍ଷୋଭ ପରେ ଶେଷରେ ନିଜର ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଅବହେଲା ପାଇଁ ନିଲମ୍ବନ କରାଯାଇଥିବା ଭାରାପ୍ରାପ୍ତ ସିଡିଏମଓଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ପଙ୍କଜ ପଟେଲଙ୍କୁ ସମ୍ବଲପୁର ଜିଲ୍ଲାକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏଚଏଚ ମେଡିସିନ ବିଭାଗରେ ସିନିଅର କନସଲଟାଣ୍ଟ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।