ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢୁଥିବା ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସବୁ ବେଳେ ଘେରି ଆସୁଛନ୍ତି । ତେବେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ସହ ସରକାରୀ ବାବୁ ମାନେ ଯେପରି ନିଜ କାମକୁ ସୁଚାରୂପେ ସମ୍ପାଦନ କରିବେ ସେଥିପାଇଁ ରାଜ୍ୟ ସରକାର ସବୁ ବେଳେ ପ୍ରଚେଷ୍ଠା କରି ଆସୁଛନ୍ତି । ଏହିକ୍ରମରେ ରାଜ୍ୟ ସରକାର ଆଜି ଜଣେ ଦୁର୍ନୀତି ଗ୍ରସ୍ତ ସରକାରୀ ବାବୁଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । କୋରାପୁଟର ତତକାଳୀନ ଜିଲ୍ଲା କୃଷି ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।
ପ୍ରଦୀପ କୁମାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା, ଯାହାକୁ ଆଖିଆଗରେ ରଖି ରାଜ୍ୟ ସରକାର ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂନାନୁଯାୟୀ , ଗତ ଜୁଲାଇ ୨ରେ ପ୍ରଦୀପଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଯାହାପରେ ଭିଜିଲାନ୍ସ ଛାନଭିନ ଆରମ୍ଭ କରିବା ସହ ଭୁବନେଶ୍ୱରରୁ ୧୧ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା । ପ୍ରଦୀପଙ୍କ ଠାରୁ ମୋଟ ୩.୫କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଏହି ମାମଲାରେ ତାଙ୍କୁ ଗିରଫ କରାଯିବା ପରେ ସେ ଜେଲ ମଧ୍ୟ ଯାଇଥିଲେ । ସେଠାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ଆଜି ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା ।
ଦୁର୍ନୀତିମୂଳକ ଅଫିସରକୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର
Tags #AtrNews #Odisha