ଅନୁଗୁଳ (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ କାବୁ କରିବା ପାଇଁ ସରକାର ଅନେକ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ଏହି ମହାମାରୀ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟ ସରକାର କରୋନାକୁ ପଞ୍ଚାୟତ ସ୍ଥରେ କରୋନା ଯେପରି ନ ବ୍ୟାପିବ ସେଥିପାଇଁ ରାଜ୍ୟର ସମସ୍ତ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କୁ ଜିଲ୍ଲାପାଳଙ୍କ ଅଧିକାର ମଧ୍ୟ ଦେଇଛନ୍ତି ।
ଏହି ଅଧିକାର କ୍ରମେ ସରପଞ୍ଚମାନେ ନିଜ ପଞ୍ଚାୟତ ସ୍ଥରରେ ଯାହା ସବୁ ନିଷ୍ପତ୍ତି ନେବା କଥା ନେଇ ପାରିବେ । କରୋନାର ସ୍ଥିତିକୁ ଦେଖି ନିଜ ଗ୍ରାମାଞ୍ଚରେ ସଟଡାଉନ ଓ ଲକଡାଉନ ଭଳି ପଦକ୍ଷେପ ଗ୍ରହଣ କରିପାରିବେ । ଏହିକ୍ରମରେ ଆଜି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଓ ପୁରୁଣାମାଣତ୍ରୀ ପଞ୍ଚାୟତକୁ ଆଜିଠାରୁ ତିନି ଦିନ ପାଇଁ ସରପଞ୍ଚ ସଟଡାଉନ ଘୋଷଣା କରିଛନ୍ତି । ସୂଚନାନୁଯାୟୀ, ଗତକାଲି କିଆକଟା ଅଞ୍ଚଳରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହାକୁ ଆଖିଆଗରେ ରଖି ସରପଞ୍ଚ ସୋମନାଥ ମଲ୍ଲିକ ପଞ୍ଚାୟତକୁ ତିନି ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
ଖାଲି ସେତି କି ନୁହେଁ ପୁରୁଣାମାଣତ୍ରୀ ପଞ୍ଚାୟତର ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେଠାକାର ସରପଞ୍ଚ ବୀରେନ୍ଦ୍ର ବଡମାଳି ମଧ୍ୟ ତିନି ଦିନ ପାଇଁ ନିଜ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ସେହିପରି ମାଧପୁର ପଞ୍ଚାୟତରେ ଜଣେ କରୋନା ଚିହ୍ନଟ ହେବା ପରେ ଗତକାଲି ସଂନ୍ଧ୍ୟାରୁ ମାଧପୁର ପଞ୍ଚାୟତର ସରପଞ୍ଚ ଗଣେଶ୍ୱର ଜେନା ୭୨ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ସମସ୍ତ ଦୋକନ ବଜାର ବନ୍ଦ ରହିବ । ତେବେ କେବଳ ଜରୁରୀ ଦୋକାନ ଖୋଲିବା ସହ ଜରୁରୀ ସେବା ଜାରି ରହିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024